ତାଣ୍ଡବ ରଚିଲା ଅଦିନିଆ ବର୍ଷା, ଚାଷ ନଷ୍ଟ ହେବା ଆଶଙ୍କା,ଚିନ୍ତା ରେ ଚାଷୀ।


କୋକସରା:୨୮/୦୨
ଚାଷୀର ପିଛା ଛାଡ଼ୁନି ସମସ୍ୟା।କେତେବେଳେ ପ୍ରାକୃତିକ ଦୁର୍ବିପାକ ତ କେତେବେଳେ ମଣିଷ କୃତ କରାଳରେ ଘାଣ୍ଟି ହେଉଛି ଚାଷୀ।ଧାନ ଅମଳ ପରେ ବିକ୍ରୀ ବଟା ସମସ୍ୟା ର ଅନ୍ତ ହୋଇ ନ ଥିବା ବେଳେ ଏବେ ଅଦିନିଆ ବର୍ଷା ଘାତକରେ ଅଣ୍ଟା ଲହି ପଡିଛି।ଧାନ ଚାଷ ଅମଳ ପରେ ପରେ ତାର କ୍ଷତିପୂରଣ କରିବା କୁ ଯାଇ ଜମିରେ ମୁଗ ବିରି କୂଳଥ ହରଡ଼ ଭଳି ଚାଷ କରି ଦ୍ବୀପଇସା ଲାଭବାନ ଆଶା ରଖିଥିଲା ଚାଷୀ।ହେଲେ ତାହା ବି ଦଇବ ସହି ପାରିଲାନି-ଅଦିନିଆ ବର୍ଷା ସବୁ ଉଜାଡ଼ି ଦେଇଛି।ଏଭଳି ଘଟଣା ଏବେ ସାମ୍ନା କୁ ଆସିଛି।ମଙ୍ଗଳବାର ରାତି ପ୍ରାୟ ୧୦ ଟା ସମୟ ରେ ଅଚାନକ କୁହାପଥର ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିଥିଲା।ଲଗାତାର ୨ଘଣ୍ଟା ଧରି ପ୍ରବଳ ପବନ ସାଙ୍ଗକୁ ବର୍ଷା ଘଡଘଡି ତୁହାକୁ ତୁହା ବର୍ଷି ଚାଲିଥିଲା।ଚାଷ ଜମିରେ ଆଣ୍ଠୁଏ ପାଣି ଜମି ଥିବା ବେଳେ ଏବେ ଚାଷ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି।ଧର୍ମଗଡ ବ୍ଲକ ବିଭିନ୍ନ ଗ୍ରାମର ଚାଷ ଜମି ଏବେ ପାଣି ମୟ ପାଲଟିଛି।ଡାଲୀୟଜାତୀୟ ଫସଲ ଚାଷୀ କରିଥିବା ବେଳେ ଏବେ ଅମଳ ସମୟ।କୋଉଠି ମୁଗ,ବିରି ହରଡ଼ ଇତ୍ୟାଦି ପାଚି ରହିଥିବା ବେଳେ କୋଉଠି କୋଉଠି ଫଳଫଳିବା ଆରମ୍ଭ କରିଛି।ତେବେ ଡାଲୀୟଜାତୀୟ ଫସଲ ରେ ପାଣି ଜମି ରହିବା ଏକ ପ୍ରକାର ନଷ୍ଟ ହେବା ସୁନିଶ୍ଚିତ ବୋଲି ଚାଷୀମାନେ ପ୍ରକାଶ କରନ୍ତି।ତେବେ ଅଦିନିଆ ବର୍ଷାକେବଳ ଚାଷ ନଷ୍ଟ କରି ନି -ବରଂ ପବନ ଓ କୁହାପଥର ମାଡ଼ ରେ ଅନେକ ଙ୍କ ଘର ଛପର ସମେତ ଗଛ ଗୁଡିକ ଉପାଡି ହୋଇ ପଡିଛି।ବିଶେଷ ଭାବେ ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ରେ ଚାଷୀ ଙ୍କ ଜମିରେ ପାଣି ଜମି ରହି ଚାଷନଷ୍ଟ ହେବା ଆଶଙ୍କା ଉପୁଜିଛି।କୃଷି ବିଭାଗ କ୍ଷୟକ୍ଷତିର ଆକଳନ କରି ଚାଷୀ ଙ୍କୁ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବୀ ହେଉଛି।