Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ବାଇକ ଧକ୍କା ରେ ଗୁରୁତର ବୃଦ୍ଧ ଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

କୋକସରା:୨୯/୦୨
କୋକସରା ବ୍ଲକ ଲଡୁଗାଁ ଗ୍ରାମର ମାଝୀପଡା ସ୍ଥିତ ଠାକୁରାଣୀ ମନ୍ଦିର ସମ୍ମୁଖରେ ବୁଧବାର ସକାଳ ୧୧ ଘଣ୍ଟା ସମୟରେ ଫକୀର ମୋହନ ଯୋଶୀ (୭୯) ରାସ୍ତା କଡରେ ରହିଥିବା ବେଳେ ଏକ ଅଜଣା ବାଇକ ଦ୍ରୁତ ଗତି ରେ ଆସି ଧକ୍କା ଦେଇ ମୁଡୁରା ବାହିଲି ରାସ୍ତା ଆଡକୁ ଫେରାର ମାରିଥିଲା। ପରିବାର ଲୋକେ ଗୁରୁତର ଫକୀର ଙ୍କୁ ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ପରେ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗତକାଲି ଅପରାହ୍ନରେ ମୃତ୍ୟୁ ହୋଇଥିଲା।ଏନେଇ ପରିବାର ଲୋକେ କୋକସରା ଥାନା ରେ ଅଭିଯୋଗ କରିଥିଲେ,ପୋଲିସ ଘଟଣା ର ତଦନ୍ତ ଜାରି ରଖିବା ସହ ଗୁରୁବାର ମୃତ ବୃଦ୍ଧ ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିବା ସୁଚନା ମିଳିଛି। ପୋଲିସ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories