Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିହାର ଓ ପଶ୍ଚିମବଙ୍ଗରେ ଭୂକମ୍ପ ଅନୁଭୂତ

ପାଟନା: ଆଜି ସକାଳେ ବିହାର ଓ ପଶ୍ଚିମବଙ୍ଗରେ ଭୂକମ୍ପ ଅନୁଭୂତ ହୋଇଛି। ରିକଟର ସେକଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ତେବେ ଏଥିରେ କିଛି କ୍ଷୟକ୍ଷତି ଜନଜୀବନ ହାନି ହୋଇନଥିବା ସୂଚନା ମିଳିଛି।

‘ଦି ନ୍ୟାସ୍‌ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ (ଏନସିଏସ୍) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫.୩୫ ସମୟରେ ବିହାରର ଆରାରିଆରେ ଭୂକମ୍ପ ଅନୁଭୂତ ହୋଇଥିଲା।

ବିହାର ଭଳି ପଶ୍ଚିମବଙ୍ଗର ସିଲିଗୁଡିରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା  ମଧ୍ୟ ସମାନ ଥିଲା । ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ