Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତି ନଗର ଠାରେ ହନୁମାନ ମନ୍ଦିରର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ

କୋକସରା,୪/୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଶାନ୍ତିନଗର ଠାରେ ନିର୍ମାଣାଧିନ ହନୁମାନଙ୍କ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଶୁକ୍ରବାର ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ପରେ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା । ଶନିବାର ମନ୍ଦିରର ରତ୍ନମୁଦ ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିର ପ୍ରତିଷ୍ଠା କର୍ତ୍ତା ଭାବେ ସୁବ୍ରତ ରଞ୍ଜନ ପାଟ୍ଟଯୋଷୀ ଓ ଝରଣୀକା ପାଟ୍ଟଯୋଷୀ ସପତ୍ନୀକ ରହିଥିବା ବେଳେ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ରାଜେନ୍ଦ୍ର କୁମାର ପାଟ୍ଟଯୋଷୀ ଓ ମନୋରମା ପାଟ୍ଟଯୋଷୀ ସପତ୍ନୀକ ରହିଛନ୍ତି । ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ରବିବାର ସକାଳୁ ନାମଯଜ୍ଞ ଅନୁଷ୍ଠିତ ହେବାସହ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ହେବ ।କିଶୋର ଠାକୁର ପୂଜକ ଭାବେ ରହିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।ମନ୍ଦିର କମିଟିର ସଦସ୍ୟ ରୋହନ ପାଟ୍ଟଯୋଷୀ, ସୁଯଜ୍ଞ ପାଟ୍ଟଯୋଷୀ, ବିଟୁନ ପାଟ୍ଟଯୋଷୀ,ଜଗମୋହନ ସିଂ, ଜି ଗଣେଶ ରାଓ, ବୁଜି ରାଓ, ବିଟୁ ପାଟ୍ଟଯୋଷୀ,ହରିଶଙ୍କର ସାହୁ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।