କୋକସରା:୦୪/୦୩
କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଲଡୁଗାଁ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଲଡୁଗାଁ ଶ୍ରୀ ବାଲାଜୀ ବୈରାଗୀ ଯୁବ ସମାଜ ର ଏକ ସାଧାରଣ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବାଲାଜୀ ମହାପ୍ରଭୁ ଙ୍କ ପୂଜାର୍ଚ୍ଚନା ପରେ ବୈଠକ ପୂର୍ବତନ ସରପଞ୍ଚ ଲଡୁଗାଁ କଂହେଇ ଚରଣ ଦାସ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା।ଉକ୍ତ ବୈଠକ ରେ ଆଗାମୀ ସମୟରେ ବୈରାଗୀ ସମାଜ ର ଯୁବ ଶକ୍ତି କୁ କ୍ରିୟାଶୀଳ କରିବା ଓ ସମାଜ ପ୍ରତି କର୍ତ୍ତବ୍ୟ ଦାୟିତ୍ବ ବହନ କରିବା ସହ ସମାଜ କୁ ତୃଣମୂଳ ସ୍ତରରେ ବିକାଶ ଶୀଳ କରିବା ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ ଓ ପରବର୍ତ୍ତୀ ବୈଠକରେ ଯୁବ କର୍ମକର୍ତ୍ତା ଚୟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ବୈଠକରେ ସୁରଞ୍ଜନ ଦାସ , ବିଜୁ ଜନତା ଦଳ ଲଡୁଗାଁ ପଞ୍ଚାୟତ ସଭାପତି ରବି ନାରାୟଣ ଦାସ, ମନୋଜ ଦାସ , ଜିତେନ୍ଦ୍ର ଦାସ , ତୁଳସୀ ପ୍ରସାଦ ଦାସ ପ୍ରଶାନ୍ତ ଦାସ , ଅଖିଳ ଚନ୍ଦ୍ର ଦାସ , ପଙ୍କଜ ଦାସ , ଆଦିତ୍ୟ ଦାସ କୋଦଣ୍ଡ ଦାସ ଅନ୍ୟ ବହୁ ବୈରାଗୀ ସମାଜର ଯୁବକ ଭାଇ ମାନେ ଉପସ୍ଥିତ ଥିଲେ l
ଲଡୁଗାଁ ଠାରେ ବୈରାଗୀ ଯୁବ ସମାଜ ପକ୍ଷରୁ ଯୁବକ ସଙ୍ଘ ପାଇଁ ବୈଠକ ଅନୁଷ୍ଠିତ।
