Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଶୁଡିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ,ଦେପୁର ଗାଁ ଜଳମଗ୍ନ, ଚାଷଜମି ବାଲିଚର,କ୍ଷତିପୂରଣ ଯୋଗାଇ ଦେବାକୁ ଦାବି।

କୋକସରା୦୪/୦୩
କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବନ୍ଧ ବିଳମ୍ବିତ ରାତିରେ ଘାଇ ହୋଇ ଭୁଶୁଡି ପଡିବାରୁ ପ୍ରାୟ ୨୦ ଫୁଟ ର ଘାଇ ସୃଷ୍ଟି ହେବାସହ କେନାଲ ପାଣି ହେକ୍ଟର ହେକ୍ଟର ଚାଷଜମି କୁ ମାଡି ଜଳମଗ୍ନ କରିବା ସହ ନିକଟସ୍ଥ ଦେପୁର ଗ୍ରାମ ମଧ୍ୟରେ ପାଣି ପଶିବାରୁ ରାତିରେ ଏକାଧିକ ଘରେ ପାଣି ପଶି ଧନ ସମ୍ପତ୍ତି ନଷ୍ଟ ହୋଇଛି। ଏହାସହ ହେକ୍ଟର ହେକ୍ଟର ଚାଷ ଜମି ବାଲିଚର ହୋଇଛି।ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ପାଇଁ କେନାଲ ବନ୍ଧ ଭୁଶୁଡି ଥିବା ଅଭିଯୋଗ କରିଛନ୍ତି ଚାଷୀ l ସୋମବାର ସକାଳେ ଘଟଣା ସ୍ଥଳକୁ ଯାଇ ସ୍ଥିତି ର ଅନୁଧ୍ୟାନ କରିଛନ୍ତି ଇନ୍ଦ୍ରାବତୀ କତ୍ତୃପକ୍ଷ ଓ ବ୍ଲକ ପ୍ରଶାସନିକ ଅଧିକାରୀ। ଇନ୍ଦ୍ରାବତୀ ଦକ୍ଷିଣ କେନାଲ ତିନି ଟି ବ୍ଲକ କୁ ସଂଯୋଗ କରୁଥିବା ବେଳେ ୨୫ ହଜାର ହେକ୍ଟର ଚାଷ ଜମିରେ ଚାଷ ପାଇଁ ପାଣି ଯୋଗାଇ ଦିଆ ଯାଉଛି l ସରକାର ଚାଷୀଙ୍କ ସୁବିଧା ପାଇଁ ଗତ ବର୍ଷ ୧୪୮ କୋଟି ଟଙ୍କା କେନାଲ ମରାମତି ପାଇଁ ଅନୁଦାନ ଦେଇଥିଲେ l ହେଲେ ବିଭାଗୀୟ ଅଧିକାରୀ ଏବଂ ଠିକା ସଂସ୍ଥାର ମିଲିଭଗତ ଯୋଗୁଁ ନିମ୍ନମାନର କାମ ହେଉଥିବା ଯୋଗୁଁ ବାରମ୍ବାର କ୍ଷତି ସହୁଛନ୍ତି ନିରୀହ ଚାଷୀ l କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଦେପୁର ଗାଁ ନିକଟରେ ଦକ୍ଷିଣ କେନାଲ ରେ ୨୦ ମିଟର ଘାଇ ସୃଷ୍ଟି ହୋଇ ଏକର ଏକର ଚାଷ ଜମିରେ ପାଣି ମାଡି ଯାଇଛି l ଗତ କିଛି ଦିନ ଆଗରୁ ତଳି ରୋଇ ସାର ବି ଦେଇଥିଲା ଚାଷୀ ହେଲେ ବର୍ତମାନ ଚାଷ ଉଜୁଡି ଯିବା ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ l ଉଜୁଡା ଚାଷ କୁ ଦେଖି କ୍ଷତି ପୂରଣ ଦେବା ପାଇଁ ଦାବି କରିଛନ୍ତି ଚାଷୀ l
ଖବର ପାଇଁ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଉପରମୁଣ୍ଡ ରୁ କେନାଲ ରେ ପାଣି ବନ୍ଦ କରି ଦିଆ ଯାଇଛି l ବର୍ତମାନ ବାଲିବସ୍ତା ଦେଇ ଅସ୍ଥାୟୀ ଭାବରେ ପାଣି ବନ୍ଦ କରିବା ସହିତ ତହସିଲଦାର ଚାଷଜମି ର କ୍ଷୟକ୍ଷତି ନିରୀକ୍ଷଣ କଲା ପରେ ଆଗାମୀ ପଦକ୍ଷେପ ନିଆଁ ଯିବ କଳମପୁର ତହସିଲଦାର କହିଛନ୍ତି l ଅନ୍ୟପଟେ ବିଜେଡି ଜିଲ୍ଲା ସଭାପତି।ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ଶୀଘ୍ର କେନାଲ ମରାମତି ସହ ଚାଷି ଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଅଧିକାରୀ ଙ୍କ ସହ କଥା ହୋଇଛନ୍ତି।
ଇନ୍ଦ୍ରାବତୀ କେନାଲ ଚାଷି ଙ୍କ ପାଇଁ ଲାଇଫ ଲାଇନ କୁହା ଯାଉଥିବା ବେଳେ ସଠିକ ମରାମତି ନ ହେବାରୁ ବାରମ୍ବାର କେନାଲ ବନ୍ଧ ଭାଙ୍ଗିବା ଏବଂ ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ନ ମିଳିବା ପୁଣି କେନାଲ ବନ୍ଧ ଭାଙ୍ଗିବା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି l ପ୍ରଶାସନ ଏହା ପ୍ରତିଶୃତି ତୁରନ୍ତ ଦୃଷ୍ଟି ଦେବା ନିହାତି ଜରୁରୀ ହୋଇ ପଡିଛି l