Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଭାଙ୍ଗିବା ଘଟଣାର, ମରାମତି କାର୍ଯ୍ୟ ଆରମ୍ଭ।।

କୋକସରା:୦୫/୦୩
କଳାହାଣ୍ଡି ଜିଲ୍ଲା ,କଲମପୁର ବ୍ଲକ ଦେପୁର ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବନ୍ଧ ଘାଇ ହୋଇ ୨୦ ଫୁଟ ଘାଇ ହୋଇ ଭୁଶୁଡି ପଡିବାରୁ ହେକ୍ଟର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହେବାସହ ଦେପୁର ଗାଁ ରେ କେନାଲ ପାଣି ପଶିବାରୁ ଅଦିନିଆ ବନ୍ୟା ସ୍ଥାନକୁ ଲୋକଙ୍କ ଘରେ କେନାଲ ପାଣି ପଶି ବ୍ୟାପକ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଉଦ୍ଧାର କାର୍ଯ୍ୟ ରେ ସ୍ଥାନୀୟ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସହଯୋଗ ର ହାତ ବଢ଼ାଇଥିଲେ । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଫାଟକ କୁ ତୁରନ୍ତ ବନ୍ଦ କରିଦେବା ଫଳରେ ଜଳ ର ସ୍ରୋତ କମିଥିଲା । ସୋମବାର ଅପରାହ୍ନ ବେଳକୁ ପରିସ୍ଥିତିରେ ସୁଧାର ଆସିଥିଲା । ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ମରାମତି କାର୍ଯ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ କରାଗଲା । ସୋମବାର ରାତି ତମାମ ଇନ୍ଦ୍ରାବତୀ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ଏବଂ ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା ତତ୍ତ୍ଵାବଧାନ ରେ ମରାମତି କାର୍ଯ ଜାରି ରହିଥିବା ବେଳେ, ଆଜି ମଧ୍ୟ ମରାମତି କାର୍ଯ୍ୟ ଜାରି ରହିଛି ।ମରାମତି କାର୍ଯ୍ୟ ପରେ ଇନ୍ଦ୍ରାବତୀ ବିଭାଗ ଚାଷୀଙ୍କୁ ପୁନର୍ବାର ସେଚନ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories