Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାକ୍ଟର ରେ ଚାପି ହୋଇ ଡ୍ରାଇଭର ମୃତ।

କୋକସରା:୦୫/୦୩ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ମୃତ,ଗୋଲାମୁଣ୍ଡା ଥାନା ଟେମରି ନିକଟରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଓଲଟି ପଡ଼ିବାରୁ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ ଟେମରି ଗାଁ ର ପିଣ୍ଟୁ ଗୋପାଳ ବୋଲି ଜଣାପଡିଛି।ମଙ୍ଗଳବାର ଅପରାହ୍ନ ୨ ଟା ସମୟରେ ବାଲି ଆଣିବା ପାଇଁ ଟ୍ରାକ୍ଟର ନେଇ ଡ୍ରାଇଭର ଟେମରି ରାସ୍ତାରେ ଯାଉଥିବା ବେଳେ ଓଡି ୦୮ ଏଚ ୩୦୧୩ ନାମକ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ଡ୍ରାଇଭରଙ୍କ ଉପରେ ଟ୍ରାକ୍ଟରଟି ପଡିଯାଇଥିଲା। ଟ୍ରାକ୍ଟର ଚାପରେ ଆସି ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories