Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସିଗାରେଟ୍‌ ଟାଣିବା ସମୟରେ ଗାଉଥିଲେ ଜାତୀୟ ସଙ୍ଗୀତ; ରୁଜୁ ହେଲା ମାମଲା

କୋଲକାତା: ନିକଟରେ କିଛି ଝିଅମାନେ ସିଗାରେଟ ଟାଣୁଥିବା ସମୟରେ ଜାତୀୟ ସଂଗୀତକୁ ପରିହାସ କରୁଥିବା ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ପୋଲିସ କୋଲକାତାର ସେହି ଝିଅଙ୍କ ବିରୋଧରେ ମାମଲା ରୁଜୁ କରିଛି। ଝିଅମାନଙ୍କର ଭିଡିଓ ଭାଇରାଲ ହେବା ମାତ୍ରେ କଲିକତା ହାଇକୋର୍ଟର ଓକିଲଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ଝିଅମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ରବିବାର ଦିନ ଜାତୀୟ ସଂଗୀତକୁ ପରିହାସ କରିବା ଅଭିଯୋଗରେ ସାଇବର ସେଲରେ ଉକ୍ତ ଝିଅଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସ ଝିଅଙ୍କ ବୟାନ ରେକର୍ଡ କରିଛି। ପୋଲିସ ସୂତ୍ର ଅନୁଯାୟୀ, ଭିଡିଓ ଭାଇରାଲ ହେବା ପରେ ସେମାନେ ସୋସିଆଲ ମିଡିଆରରୁ ଭିଡିଓଟିକୁ ଡିଲିଟ କରିଦେଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦୁଇ ଝିଅ ହସି ହସି ଜାତୀୟ ସଂଗୀତ ଗାଉଥିଲେ। ଜାତୀୟ ସଂଗୀତ ଗାନ କରୁଥିବାବେଳେ ସେମାନଙ୍କ ହାତରେ ଥିଲା ସିଗାରେଟ୍। ଏହି ସମୟରେ, ସେ ହସୁଥିବାବେଳେ ଜନ-ଗଣ-ଗୀତ ଗାଉଥିଲେ। ଭିଡିଓରେ ସେମାନଙ୍କର ଗୀତର ଶୈଳୀରୁ ଲାଗୁଥିଲା ଯେ ଉଭୟ ଜାତୀୟ ସଂଗୀତକୁ ପରିହାସ କରୁଛନ୍ତି।