Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱନାଥପୁରଠାରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ସମାରୋହ

କଳାହାଣ୍ଡି,୦୫/୦୩-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମଜୟନ୍ତୀ ସମାରୋହ ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବ୍ଳକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବ୍ଳକ ବିଜେଡ଼ି ସଭାନେତ୍ରୀ ସୁନିତା ଘଡେ଼ଇ, ବିଜେଡ଼ିର ବରିଷ୍ଠ କର୍ମୀ ହରିଶଙ୍କର ବୁଦ୍ଧିଆ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପାତ୍ର ମାଝୀ, ଲାଞ୍ଜିଗଡ଼ ବ୍ଳକ ଜୋନ୍ ସଭାପତି ଚନ୍ଦ୍ର ଶେଖର ମହାପାତ୍ର, ଲୋକନାଥ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଟଙ୍କଧର ମାଝୀ, ସେନାପତି ନାଏକ, ଲାଞ୍ଜିଗଡ଼ ବ୍ଳକ ବିଜେଡ଼ି ଏସସି ସେଲ ସଭାପତି ବୈଦ୍ୟନାଥ ନାଏକ, ଲାଞ୍ଜିଗଡ଼ ବ୍ଳକ ପୂର୍ବତନ ଉପାଧ୍ୟକ୍ଷା ତୁଳସୀ ନାଏକ, ଲାଞ୍ଜିଗଡ଼ ବ୍ଳକ ମିଡ଼ିଆ ସେଲ ସଭାପତି ଏମ୍.ଚନ୍ଦ୍ର ଶେଖର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ବିଶ୍ୱନାଥପୁର ସମିତିସଭ୍ୟ ଅଜିତ ପ୍ରଧାନୀ, ବିଜେଡି ନେତା ତରୁଣ ଦାସ, ମନୋରଞ୍ଜନ ବିଶି, ମହେନ୍ଦ୍ର କରୁଆଁ, ବନମାଳୀ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ ପରିଚାଳନା କରିଥିବାବେଳେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ, ବିଜେଡି ପଞ୍ଚାୟତ ସଭାପତିଙ୍କ ସମେତ ବହୁସଂଖ୍ୟକ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବ୍ଳକ ସଭାପତି ଶ୍ରୀ ପେସନିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୨୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମକର୍ତା ବିଜେଡିରେ ସାମିଲ ହୋଇଥିବାବେଳେ ମୁଖ୍ୟଅତିଥି ଶ୍ରୀ ମାଝୀ ଓ ବ୍ଲକ ସଭାପତି ଶ୍ରୀ ପେସନିଆ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।