ମେଣ୍ଟ ହୋଇଗଲା ବୋଲି ସୂଚନା! ବିଧାନସଭା ରେ 102 ବିଜେଡି 45 ବିଜେପି, ଲୋକସଭାରେ 7 ବିଜେଡି 14 ବିଜେପି


ଭୁବନେଶ୍ୱର: ସିଟ୍ ଭାଗବଂଟା ପାଇଁ ଦିଲ୍ଳୀରେ ଏବେ ରାଜ୍ୟ ବିଜେପି ଓ ବିଜେଡିର ନେତା ଡେରା ପକାଇଛନ୍ତି । କାହା ଭାଗରେ କେତେ ଲୋକସଭା ଓ କେତେ ବିଧାନସଭା ସିଟ୍ ପଡିବ ସେ ନେଇ ମାନସ ମନ୍ଥନ ଚାଲିଛି । ଗତକାଲି ନବୀନଙ୍କ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଦୁଇ ନେତା ଫାଇଭ ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସଂଗଠନ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ଆଜି ଫେରିଲେ । ଶୁକ୍ରବାର ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଥିଲା । ଏଵେ ଏଵେ ଖବର ଆସୁଛି କି ବିଜେଡି ବିଜେପି ଭିତରେ ମେଣ୍ଟ ହୋଇଗଲା । ସୂଚନା ଆସୁଛି କି ବିଧାନସଭାରେ ବିଜେଡି 102 ରେ ଲଢ଼ିବ ଓ ବିଜେପି 45 ଆସନରେ ଲଢ଼ିବ। ଲୋକସଭା ରେ ବିଜେଡି 7 ଟି ଆସନରେ ଲଢ଼ିଲାବେଳେ 14 ଆସନରେ ବିଜେପି ପ୍ରାର୍ଥୀ ଲଢ଼ିବେ।