ଶିବ ଧ୍ୱନି ରେ ପ୍ରକମ୍ପିତ ହେଲା ଶୈବପୀଠ, ଭାବ ଓ ଭକ୍ତିମୟ ପରିବେଶ ରେ ଜାଗର ଯାତ୍ରା ଅନୁଷ୍ଠିତ।

କୋକସରା:୦୮/୦୩
ଆଜି ହେଉଛି ମହା ଶିବରାତ୍ରି,ଦେଶ ର କୋଣ ଅନୁକୋଣରେ ଥିବା ଶୈବପୀଠ ରେ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁ ମାନେ ଦେବ ଦେବ ମହାଦେବ ଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଅନୁରୂପ ଭାବେ କୋକସରା ବ୍ଲକ ର ବିଭିନ୍ନ ଶୈବପୀଠ ରେ ସକାଳୁ ଭକ୍ତ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ବ୍ଲକ ର ଝାରବନ୍ଧ ଠାରେ ଥିବା ସର୍ଵ ପୁରାତନ ଶୈବପୀଠ ବାବା ମହା କାଳେଶ୍ୱର ମନ୍ଦିର ରେ ଶିଵରେତ ଉତ୍ସଵ ପାଇଁ ପ୍ରବଳ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ମନ୍ଦିର କମିଟି ପକ୍ଷରୁ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦିତ୍ୟ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ବ୍ଲକ ର କୋକସରା କାଳେଶ୍ୱର ମନ୍ଦିର, କୁମୁଡାମୁଣ୍ଡା ଧବଳେଶ୍ବର ଶୈବପୀଠ କୁସୁମଖୁଣ୍ଟି ନିଲକଣ୍ଠେଶ୍ୱର ମନ୍ଦିର, ରେଙ୍ଗାଳପାଲି ଶୈବପୀଠ, ମୋଟେର ଶୈବପୀଠ,ଲଡୁଗାଁ ଶୈବପୀଠ,ଶିଉନି ଶୈବପୀଠ, ଡୋକାରିଚଞ୍ଚରା ଝାଡେଶ୍ୱର ଶୈବପୀଠ, ଝରିଆଗୁଡା ଶୈବପୀଠ,ମୁନୁଗାପଦର କାଳେଶ୍ୱର ଶୈବପୀଠ ଓ ଅନ୍ୟ ଶୈବପୀଠ ରେ ସକାଳ ରୁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା। ତେବେ ମାନସିକ ଧାରୀ ପୁରୁଷ, ମହିଳା ଶ୍ରଦ୍ଧାଳୁ ମାନେ ଜାଗର ଦୀପ ଜାଳି ମନ୍ଦିର ବେଢ଼ା ରେ ଉପବାସ ରଖି ମହାଦୀପ ମନ୍ଦିର କୁ ଉଠିବା ପରେ ଉପବାସ ଭାଙ୍ଗି ପ୍ରସାଦ ସେବନ କରିଥିଲେ। ଅନେକ ଶୈବପୀଠ ରେ ରାତିରେ ଶ୍ରଦ୍ଧାଳୁ ଙ୍କ ମନୋରଞ୍ଜନ ପାଇଁ ରାତିରେ ଭଜନ ସନ୍ଧ୍ୟା, ନାଟକ ଆଦି କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।