Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ରେ ଗୁରୁତର, ହୋମଗାର୍ଡ ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ।

କୋକସରା:୦୮/୦୩
କଳାହାଣ୍ଡି ଜିଲ୍ଲା କୋକସରା ଥାନା ରେ କାର୍ଯ୍ୟରତ ହୋମଗାର୍ଡ ଯୁବରାଜ ଚନ୍ଦନ(୪୦) ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଗୁରୁବାର ରାତିରେ ମୃତ୍ୟୁ ହୋଇଛି। ସୂଚନା ମତେ କୋକସରା ଥାନା ଗତାବନ୍ଦ ଗ୍ରାମର ଯୁବରାଜ ଚନ୍ଦନ ୨୦୦୬ ରୁ ହୋମଗାର୍ଡ ଭାବେ କୋକସରା ଥାନା ରେ କାର୍ଯ୍ୟରତ ଥିଲେ। ତେବେ ଗତ ୩ ତାରିଖରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆୟନ ଙ୍କ ଧର୍ମଗଡ଼ ଗସ୍ତ ରେ ଡ୍ୟୁଟି କରିବାକୁ ଯାଇ ଡ୍ୟୁଟି ସାରି ବାଇକ ରେ ଫେରିବା ସମୟରେ ଜାତୀୟ ରାଜପଥ ୨୬ ଘୁଳିଯୁବା ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଜୁନାଗଡ଼ ହସ୍ପିଟାଲ ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଭବାନୀପାଟଣା ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଜଟିଳ ଥିବାରୁ ଭବାନୀପାଟଣା ରୁ ବୁର୍ଲା ମେଡ଼ିକାଲ ଓ ସେଠାରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଗୁରୁବାର ରାତିରେ ହୋମଗାର୍ଡ ଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ପରିବାର ଶବ କୁ ନେଇ ଆମ୍ବୁଲାନ୍ସ ରେ ଗାଁ କୁ ଆସୁଥିବା ସୂଚନା ମିଳିଛି।।ମୃତ ହୋମଗାର୍ଡ ଜଣେ ମେଳାପୀ ଓ କର୍ତ୍ତବ୍ୟରତ କର୍ମଚାରୀ ଥିଲେ। ମୃତ ହୋମଗାର୍ଡ ଙ୍କ ଘରେ ପୁଅ,ଝିଅ ଓ ସ୍ତ୍ରୀ ରହିଥିବା ବେଳେ ମୃତ୍ୟୁ ଖବର ପାଇ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।