Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ସ୍କୁଲ ଅଭିଯାନ ତରଫରୁ ରେଙ୍ଗାଳପାଲି ବିଦ୍ୟାଳୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ।

କୋକସରା:୦୯/୦୩
ଜୟପାଟଣା ବ୍ଲକ ରେଙ୍ଗାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ତରଫରୁ ବିଦ୍ୟାଳୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସ୍କୁଲ ର ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ସଭାପତିତ୍ୱ କରିଥିବା ବେଳେ ଆଜି ଓଡିଶା ରାଜ୍ୟ ସରକାରଙ୍କ ୫ଟି ମୋ ସ୍କୁଲ ଅଭିଯାନ ଯୋଜନା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ବୋଳି ନିଜ ପ୍ରାରମ୍ଭିକ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ।ରେଙ୍ଗାଳପାଲି ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ, ଦ୍ଵିତୀୟ ପର୍ଯ୍ୟାୟରେ ୭୨ ହଜାର,ତୃତୀୟ ପର୍ଯ୍ୟାୟରେ ୬୪ ହଜାର,ଚତୁର୍ଥ ପର୍ଯ୍ୟାୟରେ ୨୦ ହଜାର ସହ ୧,୩୨,୬୦୦ ସହ ଟଙ୍କାର ୨୬୦୦ ଖଣ୍ଡ ବହି ପୁରାତନ ଛାତ୍ର ଙ୍କ ଦ୍ଵାରା ଯୋଗାଇଦିଆଛି। ୪ ଜଣ ସ୍ବେଚ୍ଛାସେବୀ ଶିକ୍ଷୟତ୍ରୀ ଧରିତ୍ରୀ ଦାସ,ଦିବ୍ୟ ମଞ୍ଜରୀ ଦୂର୍ଗା,ନିବେଦିତା ବାଣୁଆ,ଉଦ୍ଧବ ବାଗ ରୀତିମତ ବିଦ୍ୟାଳୟ କୁ ଆସି ନିଜ ଶିକ୍ଷା ସେବା ଯୋଗାଇ ଆସୁଛନ୍ତି।ଏହି ସମସ୍ତ କୃତିତ୍ୱକୁ ପ୍ରଧାନ ଶିକ୍ଷକ ଉପସ୍ଥାପନା କରିଥିଲେ। ମୁଖ୍ୟ ଅତିଥି ଭାବରେ ମୋ ସ୍କୁଲ ଅଧକ୍ଷ ଅରବିନ୍ଦ ଶର୍ମା,ମୁଖ୍ୟ ବକ୍ତା ଭାବେ ସିଆରସି ରମାକାନ୍ତ ମାଝୀ, ଏସଏମଡିସି ସଭାପତି ଉମାଶଙ୍କର ଦୀପ ,ଉପ ସଭାପତି ପୂର୍ଣ୍ଣମୀ ରାଉତ ଉପସ୍ଥିତ ଥିଲେ ଏବଂ ମୋ ସ୍କୁଲ ଅଭିଯାନ ର ସଫଳତା କୁ ଭୂରି ଭୂରି ପ୍ରଶଂସା କରିଥିଲେ।ଜିଲ୍ଲା ସ୍ତରରେ ଶ୍ରେଷ୍ଟ ଅଲୁମୁନି,ବ୍ଲକ ସ୍ତରରେ ଶ୍ରେଷ୍ଟ ବିଦ୍ୟାଳୟ,ବ୍ଲକ ସ୍ତରରେ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେଙ୍ଗାଳପାଲି ସ୍କୁଲ ପ୍ରାପ୍ତ କରିଛି।କାର୍ଯ୍ୟକ୍ରମରେ ପୁରାତନ ଛାତ୍ର,ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ମୋ ସ୍କୁଲ ଅଭିଯାନ ଯୋଜନା ଜରିଆ ରେ ବଦଳୁଥିବା ସ୍କୁଲ ଭିତ୍ତିଭୂମି କୁ ନେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ପରିଶେଷରେ ଯୁବ ସଂଠନକ ଦିପଚନ ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ