Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେକ୍ସ ଓ ଲେମ୍ପସ କର୍ମଚାରୀ ଙ୍କ ଆନ୍ଦୋଳନ ଯୋଗୁଁ ଠପ ହୋଇଛି ଚାଷି ଙ୍କ ରବି ଚାଷ ଧାନ ବିକ୍ରି ପଞ୍ଜିକରଣ।

କୋକସରା:୦୯/୦୩
୩ ଦଫା ଦାବି ନେଇ ରାଜ୍ୟ ସଙ୍ଘ ର ଡାକରା ରେ ଗତ ୧ ତାରିଖ ଠାରୁ ଜିଲ୍ଲା ମୁଖ୍ୟାଳୟ ଡିଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧର୍ମଘଟ ରେ ବ୍ଲକ ର ସମସ୍ତ ପେକ୍ସ ଓ ଲେମ୍ପସ ର କର୍ମଚାରୀ ମାନେ ସାମିଲ ହୋଇ ପ୍ରତୀକ ଧାରଣା ଦେଇଛନ୍ତି। ଅନ୍ୟପଟେ ରବି ଚାଷ ବିକ୍ରି ପାଇଁ ଚାଷୀଙ୍କୁ ମାର୍ଚ୍ଚ ୧ ରୁ ପଞ୍ଜିକରଣ ଆରମ୍ଭ ହେବା ଧାର୍ଯ୍ୟ ରହିଥିବା ବେଳେ କର୍ମଚାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କାରଣରୁ ଆଜି ୯ ଦିନ ରେ ଧର୍ମଘଟ ପହଞ୍ଚି ଥିବା ବେଳେ ସରକାର ଙ୍କ ସହ କୌଣସି ସକାରାତ୍ମକ ଆଲୋଚନା ହୋଇ ନଥିବା କାରଣରୁ ଆନ୍ଦୋଳନ ଜାରି ରହିଛି।ତେବେ ଚାଷି ମାନେ ପ୍ରତ୍ୟହ ପେକ୍ସ କୁ ଧାନ ବିକ୍ରି ପଞ୍ଜିକରଣ ପାଇଁ ଆସି ନିରାଶ ରେ ଫେରୁଛନ୍ତି। ପଞ୍ଜିକରଣ ନକଲେ କେମିତି ଧାନ ବିକ୍ରି କରିବେ ସେ ନେଇ ଆଶଙ୍କା ରେ ରହିଛନ୍ତି। ଶୀଘ୍ର ସରକାର କର୍ମଚାରୀ ଙ୍କ ସହ ଆଲୋଚନା କରି ନିଷ୍କର୍ଷ ବାହାର କରିବାକୁ ଚାଷି ଦାବି କରିଛନ୍ତି।୩ ଦଫା ଦାବି ମଧ୍ୟରେ ୨୭୦୮ ପେକ୍ସ ଓ ଲେମ୍ପସ କର୍ମଚାରୀ ଙ୍କୁ।କ୍ୟାଡର ଭୁକ୍ତ କରିବା, ଷଷ୍ଟ ବେତନ ହାରରେ ପାଉଥିବା କର୍ମଚାରୀ ଙ୍କ ଡିଏ୧୬୪% ରୁ ୨୩୦% ପର୍ଯ୍ୟନ୍ତ ବୃଦ୍ଧି କରିବା,ଷ ଷ୍ଟ କମିଶନ ବେତନ ହିସାବରେ ସପ୍ତମ ବେତନ କମିଶନ କୁ ସମସ୍ତ ପେକ୍ସ ଓ ଲେମ୍ପସ ରେ କାର୍ଯ୍ୟକାରୀ କରିବା ଦାବି ପ୍ରମୁଖ ରହିଛି।ଏନେଇ ରାଜ୍ୟ ସଙ୍ଘ ର ଉପ ସଭାପତି ନିରଞ୍ଜନ ପ୍ରସାଦ ବାଗ ଙ୍କ ପ୍ରତିକ୍ରିୟା ନେବାରୁ ସଙ୍ଘ ର ୩ ଦଫା ଦାବି କୁ ନେଇ ଆନ୍ଦୋଳନ ଜାରି ରହିଛି, ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସକାରାତ୍ମକ ପ୍ରତିଶ୍ରୁତି ମିଳିନାହିଁ। କୌଣସି ଆଲୋଚନା ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଳି କହିବା ସହ ପେକ୍ସ ଓ ଲେମ୍ସ କର୍ମଚାରୀ ସବୁବେଳେ ଚାଷି ଙ୍କ ସହିତ ଅଛନ୍ତି। ତେବେ ନିଜର ହକ ହାସଲ ପାଇଁ ରାଜ୍ୟ ସଙ୍ଘ ଦାବି ଉପସ୍ଥାପନ କରିଛି ଓ ଏଥିରେ ଆମ କର୍ମଚାରୀ ଙ୍କ ଭବିଷ୍ୟତ ରହିଛି ବୋଲି କହିଛନ୍ତି।