Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଠାରେ ବୈରାଗୀ ଯୁବ ସମାଜ ପକ୍ଷରୁ ଯୁବକ ସଙ୍ଘ ନୂତନ କର୍ମକର୍ତ୍ତା ମନୋନୀତ।

କୋକସରା:୦୩/୦୩
କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଲଡୁଗାଁ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଲଡୁଗାଁ ଶ୍ରୀ ବାଲାଜୀ ବୈରାଗୀ ଯୁବ ସମାଜ ର ଏକ ସାଧାରଣ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବାଲାଜୀ ମହାପ୍ରଭୁ ଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା। ବୈରାଗୀ ଯୁବ ସମାଜ କୁ ନେଇ ଆଗାମୀ ଦିନରେ ସମାଜସେବା କାର୍ଯ୍ୟକ୍ରମ ଗାଁ ପରିମଳ, ରକ୍ତଦାନ ଶିବିର, ସମାଜ।ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏହି କ୍ରମ ରେ ବୈରାଗୀ ଯୁବ ସମାଜ ର ନୂତନ ସଭାପତି ଭାବେ ରବି ନାରାୟଣ ଦାସ, ଉପ ସଭାପତି ଭାବେ ସନ୍ତୋଷ ଦାସ, ସାଧାରଣ ସମ୍ପାଦକ ଭାବେ ଜିତେନ୍ଦ୍ର ଦାସ, ସହ ସମ୍ପାଦକ ରତି ରଞ୍ଜନ ଦାଶ, କୋଷାଧ୍ୟକ୍ଷ ଭାବେ ଦୀପ୍ତି ରଞ୍ଜନ ଦାଶ ଓ ଉପଦେଷ୍ଟା କମିଟି ରେ କଂହେଇ ଚରଣ ଦାସ, ସୁରଞ୍ଜନ ଦାସ, ତୁଳସୀ ଦାସ, ସୁଭାଷ ଚନ୍ଦ୍ର ଦାସ,ଆଲୋକ ରଞ୍ଜନ ଦାଶ, ପ୍ରଶାନ୍ତ ଦାସ,ପଙ୍କଜ ଦାସ, ଝସ କେତନ ଦାସ,ଅଖିଳ ଦାସ, ଖଗେଶ୍ବର ଦାସ,ପ୍ରହଲ୍ଲାଦ ଦାସ, କୃଷ୍ଣଚନ୍ଦ୍ର ଦାସ ଙ୍କୁ ସର୍ଵ ସମ୍ମତ୍ତି କ୍ରମେ ମନୋନୀତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories