ଆନ୍ତରାଷ୍ଟ୍ରୀୟ ମହିଳା ଦିବସରେ କବି ସମ୍ମିଳନୀ


ବରପାଲି:ଆନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବରପାଲି ମାରୱାଡ଼ି ମହିଳା ସମିତି ଓ ରାଷ୍ଟ୍ରୀୟକବି ସଙ୍ଗମର ବରଗଡ଼ ଜିଲ୍ଲା ଶାଖା ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କବି ସମ୍ମିଳନୀରେ ବରପାଲି ମାରୱାଡ଼ି ମହିଳା ସମିତିର ଅଧକ୍ଷ୍ୟା ସନ୍ତୋଷ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ସୁରେନ୍ଦ୍ର କୁମାର ହୋତା, ସମ୍ମାନିତ ଅତିଥି ଭାବରେ କବି ପ୍ରୀତମ୍ ସିଂ , ଦର୍ଶନା ଅଗ୍ରୱାଲ ଯୋଗ ଦେଇ ଏହି ମହିଳା ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କବିୟତ୍ରୀ ସୌଦାମିନୀ ଖଟୁଆ ଓ ସୁପ୍ରଭା ସାମଲଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ସଭାରେ ସଦାଶିବ କର ମଞ୍ଚ ପରିଚାଳନା କରିଥିବା ବେଳେ କିରଣ ଅଗ୍ରୱାଲ ଅତିଥି ପରିଚୟ ଓ ଅଭିଜିତ ପ୍ରତିହାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କବି ସମ୍ମିଳନୀରେ ଅଞ୍ଚଳର ବହୁ କବି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।