Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ପଞ୍ଚାୟତ ସମିତି ସଭାଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି: ୭୨ଟି ଆବେଦନ ପଞ୍ଜୀକୃତ, ତୁରନ୍ତ ସମାଧାନ ପାଇଁ ପ୍ରଶାସନିକ ନିର୍ଦ୍ଦେଶ

ଜମନକିରା : ସାଧାରଣ ଲୋକଙ୍କ ସମସ୍ୟାର ସିଧାସଳଖ ଶୁଣାଣି ତଥା ତ୍ୱରିତ ସମାଧାନ ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁଚିଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ଏବଂ କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ସରଓ୍ବନନ୍ ସ. (ଆଇ.ଏ.ଏସ.) ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। ଏହି ଶିବିରରେ କୁଚିଣ୍ଡା ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇଥିଲେ। ସମୁଦାୟ ଗ୍ରହଣ କରାଯାଇଥିବା ୭୨ ଗୋଟି ଆବେଦନ ମଧ୍ୟରୁ ୬୬ ଟି ବ୍ୟକ୍ତିଗତ ଏବଂ ୬ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ରହିଥିଲା। ଆସିଥିବା ସମସ୍ତ ଅଭିଯୋଗଗୁଡ଼ିକ ଉପରେ ଯଥାଶୀଘ୍ର ତଦନ୍ତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି, ଯାହାଫଳରେ ହିତାଧିକାରୀମାନଙ୍କୁ ତୁରନ୍ତ ସୁଫଳ ମିଳିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories