ଆଦର୍ଶ ବିଦ୍ୟାଳୟ ଗୁଡିକରେ ସ୍ଥାୟୀ ଅଧକ୍ଷ ନିଯୁକ୍ତି ଦାବି


ଖଡ଼ିଆଳ : ନୂଆପଡା ଜିଲାର ଖଡ଼ିଆଳ ବ୍ଲକର ବାଦୀ, ବୋଡେ଼ନ ବ୍ଲକର କେଶରାଜପୁର ସିନାପାଲି ବ୍ଲକର ଟିମନପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଗୁଡିକରେ ସ୍ଥାୟୀ ଅଧକ୍ଷ ନାହାନ୍ତି | ପିଜିଟି ଶିକ୍ଷକ ମାନେ ଏହି ଦାୟିତ୍ୱ ତୁଲାଇଛନ୍ତି | ସେମାନେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କୁ ପାଠ ପଢ଼ାନ୍ତି । ଏସବୁ ଶ୍ରେଣୀରେ କ୍ଲାସ ନେବାପରେ ବିଦ୍ୟାଳୟର ଏଡ଼ମିନିଷ୍ଟେଟିଭ ଦାୟିତ୍ୱ ତୁଲାଇବା ତାଙ୍କ ଦ୍ୱାରା ସମ୍ଭବ କଷ୍ଟକର ହେଇଛି ବୋଲି ଅଭିଵାବକ ମାନେ ମତବ୍ୟକ୍ତ କରୁଛନ୍ତି | ସ୍କୁଲ ଆଣ୍ଡ ମାସ ଏଜୁକେସନ ସଂଘଠନ ୧୦.୧୨.୨୦୨୧ ରେ ଲେଟର ନମ୍ବର ୨୪୦୫୭ ର ଏକ ଚିଠିରେ ଉଲ୍ଲେଖ ଅଛି ଜେ ରେଗୁଲାର ପ୍ରିନସିପାଲ ଓ ରେଗୁଲାର ଶିକ୍ଷକ ନ ଆସିବା ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ଶିକ୍ଷକ କଣ୍ଟାକ୍ଟଚୁଆଲ ଟିଚର ନିଯୁକ୍ତି ପାଇଁ ବିଜ୍ଞାପନ ଦେଇ ଇଣ୍ଟରଭିୟୁ କରି ନିଯୁକ୍ତ କରିପାରିବେ | କିନ୍ତୁ ଏହି ବିଦ୍ୟାଳୟ ମାନଙ୍କରେ କେବଳ ଠିକା ଶିକ୍ଷକ ନିଯୁକ୍ତିରେ ବିଜ୍ଞାପନ ବାହାରୁଛି ଠିକା ଅଧ୍ୟକ୍ଷ ନିଯୁକ୍ତିକୁ ଛାଡିଦିଆଯାଇଛି | ଆସନ୍ତା ଦିନରେ ଏଠାରେ କମରଷ୍ଟ୍ରିମ ମଧ୍ୟ୍ୟ ଆରମ୍ଭ ହେବାକୁ ଯାଉଛି | ଅବସ୍ଥା ଆହୁରି ଅସମ୍ବାଳ ହେବ । ଗତ ବର୍ଷ ସେହି ଲେଟର ଅନୁସାରେ ଠିକା ଅଧ୍ୟକ୍ଷ ନିଯୁକ୍ତି ପାଇଁ ମାସକୁ ୪୫୦୦୦ ଟଙ୍କା ଦେଇ ଦେବାର ବ୍ୟବସ୍ଥା ଥାଇ ରିଟାୟାର ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଜେଏନବି ଅଧ୍ୟାପକ ଶିକ୍ଷା ଅଧିକାରଙ୍କ ଠାରୁ ବିଜ୍ଞାପନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଥିଲା | ଏବର୍ଷ ମଧ୍ୟ୍ୟ ସେପରି କଲେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଉପକୃତ ହୁଅନ୍ତେ ବୋଲି ଅଭିଭାବକ ମହଲରେରେ ଦାବି ହେଉଛି ।