Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲ କ୍ରିକେଟ ବେଟିଙ୍ଗ ଚାଲୁଥିବା ଚଢ଼ାଉ, ବିପୁଳ ସାମଗ୍ରୀ ଏବଂ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ

ଖଡ଼ିଆଳ : ନୂଆପଡା ଜିଲା ଖରିଆର ରୋଡ଼ ସହର ରାମ ମନ୍ଦିର ନିକଟସ୍ଥ ଏକ ଘରକୁ ଜୋଙ୍କ ଥାନା ଏଏସଆଇ ଅରବିନ୍ଦ ମେହେର ତାଙ୍କ ସହକର୍ମୀଙ୍କ ସହ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରେ ଆଇପିଏଲ କ୍ରିକେଟ ବେଟିଙ୍ଗ ଚାଳୁଥିବା ଦେଖିବାକୁ ପାଇଥିଲେ। କୋଠରି ଭିତରେ ୨୧ ଗୋଟି ଏଣ୍ଡ୍ରଏଡ୍ ମୋବାଇଲ ଫୋନ, ୪ ଗୋଟି ଲେପଟପ, ବିଭିନ୍ନ ବ୍ୟାଙ୍କ ର ୧୫ ଗୋଟି ଏଟିଏମ କାର୍ଡ, ୧୦ ଗୋଟି ଚେକ ବହି, ୫ ଗୋଟି ପାସ ବହି, ଗୋଟିଏ ଗାଡି ଚାଳକ ଲାଇସେନ୍ସ, ଗୋଟିଏ ଆଧାର କାର୍ଡ, ଦୁଇ ଗୋଟି ଏୟାର ବେଗ ଜବତ ହୋଇଅଛି। ଆଜି ଜୋଙ୍କ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଆରକ୍ଷୀ ଅଧିକ୍ଷକ ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର ପ୍ରକାଶ କରିଛନ୍ତି। ଅଭିଯୁକ୍ତ ମାନେ ପଡୋଶୀ ରାଜ୍ୟ ଛତିଶଗଡ଼ ରାୟପୁର, ବେମତରା, ରାଜନନ୍ଦଗାଓର ବୋଲି ଜଣାପଡିଅଛି । ସେମାନେ ହେଲେ ଏହି ସମ୍ମିଳନୀରେ ଖରିଆର ରୋଡ଼ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି,ଥାନା କର୍ମଚାରୀ ମାନେ ଯୋଗ ଦେଇଥିଲେ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ।