ଓଡ଼ିଶା ସାମ୍ବାଦିକ ୟୁନିଅନ ର କଳା ବ୍ୟାଚ ଧାରଣସାମ୍ବାଦିକ ସୁରକ୍ଷା,ସାମାଜିକ ନିରାପତ୍ତା ଓ ପେନସନ ପାଇଁ ଦାବୀ ପତ୍ର ପ୍ରଦାନ

କୋକସରା:୧୫/୦୩
ଓଡ଼ିଶା ସାମ୍ବାଦିକ ୟୁନିଅନ (ଓ ୟୁ ଜେ) ର ଆହ୍ଵାନ କ୍ରମେ ଆଜି ସାରା ଓଡ଼ିଶା ରେ ସାମ୍ବାଦିକ ମାନଙ୍କ ସୁରକ୍ଷା,ସାମାଜିକ ନିରାପତ୍ତା, ଓ ପେନସନ ଦାବି ରେ କଳା ବ୍ୟାଚ୍ ଧାରଣ ସହ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କ୍ରମ ରେ ମ,ରାମପୁର ୟୁନିଟ ତରଫରୁ ପ୍ରଶାନ୍ତ ସାମନ୍ତରା ଙ୍କ ନେତୃତ୍ୱ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ ସହ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରା ଯାଇଛି। ସାମ୍ବାଦିକ ମାନେ କଳା ଵ୍ୟାଚ ଧାରଣ ପୂର୍ବକ ବ୍ଲକ କାର୍ଯ୍ୟାଳୟ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଡ଼ିଓ ଙ୍କ ଅନୁପସ୍ଥିତ ଥିବାରୁ ହିସାବ ରକ୍ଷକ ଅଶୋକ କୁମାର ସେଠୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ସନତ ପ୍ରଧାନୀ, ଦୁଷ୍ମନ୍ତ ପାଟଯୋଶୀ, ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ସାମ୍ବାଦିକ ସୁରକ୍ଷା ସାମାଜିକ ନିରାପତ୍ତା ଓ ପେନସନ ଦାବି ରେ ପ୍ରତିବାଦ କରି ଦାବିପତ୍ର ପ୍ରଦାନ କରିଛନ୍ତି।