Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ସାମ୍ବାଦିକ ୟୁନିଅନ ର କଳା ବ୍ୟାଚ ଧାରଣ,ସାମ୍ବାଦିକ ସୁରକ୍ଷା,ସାମାଜିକ ନିରାପତ୍ତା ଓ ପେନସନ ପାଇଁ ଦାବୀ ପତ୍ର ପ୍ରଦାନ ଦାବି।

କୋକସରା।୧୫/୩
ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ର ଆହ୍ଵାନ କ୍ରମେ ଶୁକ୍ରବାର ସାରା ଓଡ଼ିଶା ରେ ସାମ୍ବାଦିକ ମାନଙ୍କ ସୁରକ୍ଷା,ସାମାଜିକ ନିରାପତ୍ତା, ଓ ପେନସନ ଦାବି ରେ କଳା ବ୍ୟାଚ୍ ଧାରଣ ସହ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କ୍ରମ ରେ କୋକସରା ବ୍ଲକ ୟୁନିଟ ତରଫରୁ ଶରତ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ ସହ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରାଯାଇଛି। ସାମ୍ବାଦିକ ମାନେ କଳା ଵ୍ୟାଚଧାରଣ ପୂର୍ବକ ବ୍ଲକ କାର୍ଯ୍ୟାଳୟ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅନୁପସ୍ଥିତ।କାରଣରୁ ଆକାଉଣ୍ଟଟେଣ୍ଟ ଅଶୋକ କୁମାର ସେଠୀ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସନତ କୁମାର ପ୍ରଧାନୀ, ଦୁଷ୍ମନ୍ତ ପାଟଯୋଶୀ,ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ଉପସ୍ଥିତ ରହି କୋକସରା ବ୍ଲକ ଓୟୁଜେ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ