Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଦୁର୍ଘଟଣା, ଯୁବକ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି।

କୋକସରା:୧୭/୦୩
କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ଗୋତମୁଣ୍ଡା କୁଳେରଗୁଡା ଛକ ପୋଲ ନିକଟରେ ଶନିବାର ଅପରାହ୍ନ ରେ ଏକ ବିବାହ ରେ ଯୋଗଦେଇ ହିରୋ ଡିଲକ୍ସ ବାଇକ ନମ୍ବର ଓଡ଼ି 08 ଏନ 6844 ଯୋଗେ ଦ୍ରୁତ ଗତିରେ ଯୁବକ ପୁର୍ଣ୍ଣ ବାଗ (୨୩) ଆମପାଣି ପଂଚାୟତ ନୂଆଗାଁ କୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣା ପରେ ଘୋଷାରି ହୋଇ ରାସ୍ତା କଡରେ କ୍ଷତାକ୍ତ ଅବସ୍ଥାରେ ପଡି ରହିଥିଲେ।ସ୍ଥାନୀୟ ଅଞ୍ଚଳ ର କିଛି ଯୁବକ ମାନେ ଯୁବକ କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଇଥିଲେ, ପରେ ତାଙ୍କ ସମ୍ପର୍କୀୟ ମାନେ ପହଞ୍ଚିଥିଲେ । କୋକସରା ଡାକ୍ତରଖାନାରେ ଯୁବକ ଙ୍କୁ ଭର୍ତ୍ତି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ