Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମ ପ୍ରବାହ ଆରମ୍ଭ ପୂର୍ବରୁ ପାନୀୟ ଜଳକଷ୍ଟ, ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ସୁନାମାଲ ଗ୍ରାମବାସୀ।

କୋକସରା:୧୮/୦୩
ଖରା ଆରମ୍ଭ ରୁ ଦେଖାଦେଇଛି ଗ୍ରାମାଞ୍ଚଳରେ ପାନୀୟ ଜଳକଷ୍ଟ, ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମବାସୀ। ଗତ ଫେବୃୟାରୀ ମାସ ରୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଣ ବେଉଥିବା ପାନୀୟ ଜଳ ବନ୍ଦ ରହିଛି। ଗ୍ରାମବାସୀ ମାନେ ଏନେଇ ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ।ଫଳରେ ଖରା ମାସ ରେ ଉତ୍କଟ ଜଳ କଷ୍ଟ ଭୋଗୁଛନ୍ତି ସୁନାମାଲ ଗ୍ରାମବାସୀ। ସୋମବାର ସୁନାମାଲ ଗ୍ରାମ ର ଅରୁଣ କୁମାର ସାହୁ, ନୈବସୁତ ସାହୁ,ବସନ୍ତ କୁମାର ପୋଢ଼, ତେଜରାଜ ଦୁରିଆ,ଉଗ୍ରସେନ ସାହୁ, କୁରୁକ୍ଷେତ୍ର ନାଏକ,ତପନ ଚଣ୍ଡି, ରୁଦ୍ର ପ୍ରସାଦ ସାହୁ,ଟଂକାଧାର ହଂସ, ଧନସିଂ ଶବର ଓ ଅନ୍ୟ ଗ୍ରାମବାସୀ ମାନେ କୋକସରା ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇ ଶୀଘ୍ର ପାନୀୟ ଜଳ ପ୍ରକଳ୍ପ ମରାମତି କରି ଜଳ ଯୋଗାଇ ଦେବାକୁ।ଲିଖିତ ଦାବି କରିଛନ୍ତି। ବିଡ଼ିଓ ଙ୍କ ଅନୁପସ୍ଥିତ କାରଣରୁ ହିସାବ ରକ୍ଷକ ଅଶୋକ କୁମାର ସେଠି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଓ କୌଣସି ସମାଧାନ ନକଲେ ଆଗାମୀ ସମୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏନେଇ ଜଳ ଯୋଗାଇ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ ଙ୍କ ପ୍ରତିକ୍ରିୟା ନେବାରୁ କିଛି ଯାନ୍ତ୍ରିକ ତ୍ରୁଟି ରହିଛି,୩/୪ ଦିନ ମଧ୍ୟରେ ମରାମତି ହେବ ଓ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହେବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ