କୋକସରା:୧୯/୦୩
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୀର୍କାକାନୀ ଗ୍ରାମର ୫୭ ଜଣ ଚାଷୀ କେସିସି ଋଣ ଟଙ୍କା ଠକେଇ ର ଶିକାର ହୋଇଛନ୍ତି । ଏନେଇ ସୋମବାର ଦିନ ଧର୍ମଗଡ଼ ଥାନା ଓ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ କାରୀଙ୍କ ସୂଚନା ମତେ କନାଗାଁ ର ଦେବେନ୍ଦ୍ର ନାଏକ ଓ କୀର୍କାକାନୀ ଗ୍ରାମର ଫକୀର ମଙ୍ଗରାଜ ଗତ ୨୦୨୦/୨୧ ମସିହାରେ ଧର୍ମଗଡ଼ ଷ୍ଟେଟବ୍ୟାଙ୍କ ରେ ଋଣ କରାଇ ଦେବା ପାଇଁ କହିଥିଲେ । ପରେ ତାଙ୍କ ଠାରୁ ଡୋକମେଣ୍ଟ ସବୁ ସଂଗ୍ରହ କରି ୫୭ଜଣଙ୍କ ନାମରେ ଋଣ ମଞ୍ଜୁର କରିଥିଲେ ଓ ପ୍ରତ୍ୟେକ ଲୋକଙ୍କୁ ୧୦ହଜାର ଲେଖାଏଁ ଟଙ୍କା ଦେଇଥିଲେ । ବର୍ତ୍ତମାନ ବ୍ୟାଙ୍କରୁ ଋଣ ଟଙ୍କା ଜମା କରିବା ପାଇଁ କହିବାରୁ ଜାଣିବାକୁ ପାଇଲେ- ପ୍ରତ୍ୟେକ ଲୋକଙ୍କ ନାମରେ ୫୦ ରୁ ୬୦ ହଜାର ଟଙ୍କା ଲେଖାଏଁ ଋଣ ମଞ୍ଜୁର କରି ଚଞ୍ଚକତା କରି ଏହି ଏଜେଣ୍ଟ ଦୁହେଁ ଠକେଇ କରିଥିବା ଆବେଦନ କାରୀ କହିଛନ୍ତି । ବର୍ତ୍ତମାନ ଏହି ଋଣ ଟଙ୍କା ଜମା କରିଦେବା ପାଇଁ ସେମାନଙ୍କୁ କହିବାରୁ ସେମାନେ ସିଧାସଳଖ ମନା କରି ଦେଉଛନ୍ତି ଓ ଗାଳିଗୁଲଜ କରୁଛନ୍ତି ବୋଲି ଠକେଇ ର ଶିକାର ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି । ଏନେଇ ହୀରାମତି ମହାନନ୍ଦ, ଦିଗାମ୍ବର ହରିଜନ, ନିରା ହରିଜନ, ମାଣିକ୍ୟ ମାଝୀ, ଗଜାନନ ମହାନନ୍ଦ, ଚମ୍ପା ମାଝୀ,ଭାରତ ସୁନାନୀ, ତୁଲଶୀ ମାଝୀ, ଚନ୍ଦ୍ର ମହାନନ୍ଦ ପ୍ରମୁଖ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ଉଚିତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ଧୀମାନ ଚକମା କହିଛନ୍ତି ।
ଚଞ୍ଚକତା କରି କେସିସି ଋଣ ଟଙ୍କା ହଡପଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ୫୭ ଜଣ ଚାଷୀ।
