Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର।

କୋକସରା:୧୯/୦୩
କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ବରାଡ଼ଙ୍ଗା ଗ୍ରାମର ଯୁବକ ନକୁଳ ମାଝୀ (୩୪) ମଙ୍ଗଳବାର ସକାଳେ ନିଜ ଚାଷଜମି ନିକଟକୁମହୁଲ ଗୋଟାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର ହୋଇଛନ୍ତି। ଖାଦ୍ୟ ଅନ୍ୱେଷଣ ରେ ମହୁଲ ଫୁଳ ଖାଇବାକୁ ଆସିଥିବା ଭାଲୁ ହାଠାତ ଆକ୍ରମଣ କରିବା ପରେ ଯୁବକ କୌଣସି ମତେ ଭାଲୁ ଠାରୁ ନିଜ ଜୀବନ କୁ ରକ୍ଷା କରିଥିଲେ।ପରେ ଗୁରୁତର ଯୁବକ କୁ ଏକ ବାଇକ ରେ ପରିବାର ଲୋକେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଆମପାଣି ଫରେଷ୍ଟ ସେକ୍ସନ ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ପ୍ରତିକ୍ରିୟା ନେବାରୁ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ, ବୋଲି କହିବା ସହ ଭାଲୁ ଚଲାପଥ ନେଇ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି, ହେଲେ ଲୋକେ ସତର୍କତା ଅବଲମ୍ବନ କରୁ ନାହାଁନ୍ତି ବୋଲି କହିଛନ୍ତି।