Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସରନେମ୍‌ ମାମଲା; ରାହୁଲଙ୍କ ଆବେଦନ ଉପରେ ଆଜି ଶୁଣାଣି; ଆସିପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ୨୦୧୯ରେ ହୋଇଥିବା ମୋଦୀ ସରନେମ୍‌ ମାମଲାରେ ମାମଲାରେ ଦଣ୍ଡବିଧାନ କରାଯିବ କି ନାହିଁ ଏ ନେଇ ସୁରଟ କୋର୍ଟ ଆଜି ନିଷ୍ପତ୍ତି ନେବେ। ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆଜି କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧି। ଗତ ମାସରେ, ରାହୁଲ ଗାନ୍ଧୀ ୨୦୧୯ ରେ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ବିବାଦୀୟ ବୟାନ ପାଇଁ ଗୁଜରାଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ।

ତାଙ୍କୁ ସୁରଟର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ