Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପହଞ୍ଚ କୁଟରୁ ଗାଁ ରେ ପହଞ୍ଚି ଲୋକଙ୍କ ସହ ଗାଁ ର ସମସ୍ୟା ବିଷୟରେ ଆଲୋଚନା କଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୨୨/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଆମପାଣି ପଞ୍ଚାୟତ ର ବଣ ପାହାଡ଼ ଘେରା ଦୁର୍ଗମ ତଥା ଅପହଞ୍ଚ ଗ୍ରାମ ହେଉଛି କୁଟରୁ, ସମସ୍ତ ପ୍ରକାର ମୌଳିକ ଅଧିକାର ରୁ ବଞ୍ଚିତ ରହିଛନ୍ତି ଏହି ଗାଁ ରେ ବସବାସ କରୁଥିବା ବନବାସୀ ମାନେ, ସ୍ଵାଧୀନତା ର ସତୁରି ଦଶକ ପରେ ମଧ୍ୟ ଗମନାଗମନ, ପାନୀୟଜଳ,ସ୍ୱାସ୍ଥ୍ୟ,ଶିକ୍ଷା ଭଳି ମୌଳିକ ସମସ୍ୟା ଏଠାରେ ଅପହଞ୍ଚ ହୋଇ ପଡିଛି। ଜାତୀୟ ରାଜପଥ ୨୬ ବିରିମୁହାଁଣ ଛକ ରୁ ଜଙ୍ଗଲ ରାସ୍ତା ଦେଇ ୧୨ କିମି ଗଲେ ପଡେ ଏହି ବନାବାସୀ ଙ୍କ ଗାଁ, ପାନୀୟ ଜଳ ପାଇଁ ଝରଣା ପାଣି ଉପରେ ନିର୍ଭର କରୁଥିବା ବେଳେ ଶିକ୍ଷା ପାଇଁ କେବଳ ପ୍ରାଥମିକ ବିଦ୍ୟାଳୟ ରହିଛି।ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ରୋଗୀଙ୍କୁ ଖଟିଆ ରେ ବୋହି ବିରିମୁହାଁଣ ଛକପର୍ଯ୍ୟନ୍ତ ନେଲେ ମିଳେ ଆମ୍ବୁଲାନ୍ସ ସେବା,ପିଡ଼ିଏସ ସାମଗ୍ରୀ ପାଇଁ ୨୨ କିମି ଦୁର ପଞ୍ଚାୟତ ଉପରେ ନିର୍ଭର କରନ୍ତି ଗ୍ରାମବାସୀ,ଏପରି ନିର୍ବାସିତ ଜୀବନ ଯାପନ କରୁଥିବା କୂଟରୁ ଗ୍ରାମ କୁ ଶୁକ୍ରବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ଗ୍ରାମ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଓ ଆଗାମୀ ସମୟରେ ଗ୍ରାମ ରେ ରହିଥିବା ମୌଳିକ ସମସ୍ୟା କୁ ପ୍ରଶାସନ ଓ ସମସ୍ତ ଙ୍କ ସହଯୋଗ ରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ତାଙ୍କ ସହ ଆମପାଣି ପଞ୍ଚାୟତ ର ଯୁବ ସମାଜସେବୀ ମନୋରଞ୍ଜନ ବାଣୁଆ ,ସଞ୍ଜୟ ସିଙ୍ଘଲ,ସୋନୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ