Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଜବ କୁ ନେଇ ରାସ୍ତା ରେ ଉଜ୍ଜଲା ହିତାଧିକାରୀ,ଆଧାର କେୱାଇସି କରିଲେ ମିଳିବ ୫ ହଜାର ଗୁଜବ,ଜାତୀୟ ରାଜପଥ ରେ ବସିଲେ ମହିଳା ହିତାଧିକାରୀ।

କୋକସରା୨୨/୦୩
କାଳିଆ ଯୋଜନା,ପ୍ରଧାନମନ୍ତ୍ରୀ କିଷାନ ଯୋଜନା ରେ ଯେମିତି ସହାୟତା ଟଙ୍କା ମିଳୁଛି, ସେହିଭଳି ଯେଉଁ ମାନଙ୍କ ଉଜ୍ଜଲା ଯୋଜନା ରେ ଗ୍ୟାସ ସଂଯୋଗ ରହିଛି ସେହି ହିତାଧିକାରୀ ମାନେ ଆଧାର କେୱାଇସି ଅପଡେଟ କଲେ କେନ୍ଦ୍ର ସରକାର ୫ ହଜାର ତାଙ୍କ ଏକାଉଣ୍ଟ କୁ ଦେଉଛନ୍ତି ବୋଳି ଏକ ଗୁଜବ ଗତ କିଛିଦିନ ହେବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଥିବା ବେଳେ ଏହି ଗୁଜବ କୁ ନେଇ ଗ୍ୟାସ ବିତରକ ମାନେ ହରଡ଼ଘଣାରେ ପଡ଼ିଛନ୍ତି। ଗୁଜବ ଏହା ଯେ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇଥିବା ମହିଳା ହିତାଧିକାରୀଙ୍କ ଆଧାର କେୱାଇସି କରିଲେ ମିଳିବ ୫ ହଜାର, ଏହି ଗୁଜବ ଟି ଗାଁ ଗାଁ ରେ ପ୍ରଚାରିତ ହେବାପରେ ଗ୍ୟାସ ବିତରକ ଙ୍କ ଅଫିସ ଆଗରେ ମହିଳା ହିତାଧିକାରୀଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଏହା ଗୁଜବ ବୋଳି ବିତରକ ଓ କର୍ମଚାରୀ କହିଲେ ମଧ୍ୟ ଆଧାର କେୱାଇସି କରିବାକୁ ଜିଦ ରେ ଅଡ଼ି ବସୁଛନ୍ତି ମହିଳା ହିତାଧିକାରୀ, ଶୁକ୍ରବାର କୋକସରା ବ୍ଲକ ଆମପାଣି ଠାରେ ଥିବା ବୃନ୍ଦାବନ ଇଣ୍ଡେନ ଗ୍ୟାସ ବିତରକ ଙ୍କ ଅଫିସ ଆଗରେ ଆଧାର କେୱାଇସି କରିବାକୁ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶହ ଶହ ମହିଳା ଆସି ରୁଣ୍ଡ ହୋଇଥିଲେ, ତେବେ ସ୍ଥିତି ଅସମ୍ଭାଳ ଦେଖି ବିତରକ ଅଫିସ ବନ୍ଦ କରିଦେବାରୁ ମହିଳା ମାନେ ଜାତୀୟ ରାଜପଥ ୨୬ ରେ ବସି ପଡ଼ି ଆନ୍ଦୋଳନ ଆରମ୍ଭ କରିଥିଲେ। ପରିସ୍ଥିତି ସମ୍ପର୍କରେ ବିତରକ ଆମପାଣି ଥାନା ଅଧିକାରୀ ଙ୍କୁ ଖବର ଦେବାପରେ ପୋଲିସ ଓ ଗ୍ୟାସ ବିତରକ କର୍ମଚାରୀ ମାନେ ପହଞ୍ଚି ମହିଳା ଙ୍କୁ ବୁଝାସୁଝା କରି ଗୁଜବ କୁ ବିଶ୍ୱାସ କରନ୍ତୁ ନାହିଁ, ସେହିଭଳି କିଛି ସ୍କିମ ନାହିଁ ବୋଳି କହିବାରୁ ରାସ୍ତା ଉପରୁ ମହିଳା ମାନେ ଉଠିଥିଲେ।ତେବେ କିଛି ସମୟ ପାଇଁ ରାସ୍ତା ଅବରୋଧ ଫଳରେ ରାସ୍ତା ର ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ଆସି ବୁଝସୁଝା କରିବା ପରେ ଉଜ୍ଜଲା ଯୋଜନା ର ହିତାଧିକାରୀ ମହିଳା ମାନେ ହଟିଥିଲେ,ତେବେ ଏଭଳି ଗୁଜବ କୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଦ୍ବନ୍ଦ ଲାଗି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ