ଦୋଳପୁର୍ଣିମା ଉତ୍ସଵ ପାଇଁ ରାଧାକୃଷ୍ଣ ବିଗ୍ରହ ନେଲେ ଚିଲିଗୁଡା ଗ୍ରାମବାସୀ।

କୋକସରା୨୩/୦କୋକସରା ବ୍ଲକ ଚିଲିଗୁଡା ଶ୍ରୀ ରାଧାକୃଷ୍ଣ ଯାଦବ ସମାଜ ପକ୍ଷରୁ ଦୋଳପୁର୍ଣିମା ଉତ୍ସଵ ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ଚିଲିଗୁଡା ରାଧାକୃଷ୍ଣ ଯାଦବ ସମାଜ ପକ୍ଷରୁ କୋକସରା ଜଗନ୍ନାଥ ମନ୍ଦିର ରୁ ରାଧାକୃଷ୍ଣ ଙ୍କ ପ୍ରତିମା କୁ ଏକ ଭବ୍ୟ ଶୋଭାଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ଙ୍କ ମାନେ ବାଟ ବରଣ କରି ଚିଲିଗୁଡା ଅଭିମୁଖେ ନେଇ ଯାଇଛନ୍ତି।ଏହି ଅବସର ରେ ଜଗନ୍ନାଥ ମନ୍ଦିର ପୁଜକ ପ୍ରଦୀପ ପାଟଯୋଶୀ ରାଧାକୃଷ୍ଣ ଙ୍କ ବିଗ୍ରହ କୁ ପୂଜାର୍ଚ୍ଚନା ପରେ ଚିଲିଗୁଡା ଗ୍ରାମ ସୁରେଶ ତାଣ୍ଡି ପୁଜକ ଉତ୍ତମ ପଣ୍ଡା ଓ ଙ୍କୁ ସମର୍ପଣ କରିଥିଲେ। କମିଟି ପକ୍ଷରୁ ପ୍ରକାଶ ଗୋପାଳ, ସନ୍ତୋଷ ତାଣ୍ଡି, ରାକେଶ ବେମାଲ,ଧନେଶ୍ୱର ଗୋପାଳ,ଜୟକୃଷ୍ଣ ତାଣ୍ଡି,ଅଭିମନ୍ୟୁ ଗୋପାଳ,କାଳିକୃଷ୍ଣ ବାଗ, ଚକ୍ରଧର ପୁଞ୍ଜି, ବିଦ୍ୟାଧର ଗହୀର, ବିନୋଦ ବିହାରୀ ରାଉତ,ହୃଷିକେଶ ରାଉତ ସମେତ ଚିଲିଗୁଡା ଯାଦବ ସମାଜର ଶତାଧିକ ଉପସ୍ଥିତ ଥିଲେ।