Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ରେ ଡକାୟତି, ସୁନା ଗହଣା ସହ ନଗଦ ଟଙ୍କା ଚୋରି ଅଭିଯୋଗ।

କୋକସରା:୨୩/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଜାତୀୟ ରାଜପଥ ୨୬ କଲେଜ ଛକ ନିକଟରେ ରହୁଥିବା ଅଵସର ପ୍ରାପ୍ତ ରାଜସ୍ୱ କର୍ମଚାରୀ ବାମଦେବ ଠାକୁର ଙ୍କ ଘରେ ଶୁକ୍ରବାର ରାତିରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୁର୍ତ୍ତ ମାନେ ଘର ପଛପଟୁ ତାର ଜାଳି ଭାଙ୍ଗି ଘର ଆଗରେ ଥିବା ଗ୍ରୀଲ ଗେଟ ତାଲା ଭାଙ୍ଗି ବେଡ଼ରୁମ ରେ ପଶି ଆଲମୀରା ଭାଙ୍ଗି ପାଖାପାଖି ୨୦ ଗ୍ରାମ ସୁନାଗହଣା ସହ ନଗଦ ୧୫ ହଜାର ଟଙ୍କା ଓ ଏକ ମୋବାଇଲ ନେଇଥିବା ନେଇ ଘର ମାଲିକ ବାମଦେବ ଠାକୁର କୋକସରା ଥାନା ରେ ଅଭିଯୋଗ କରିଛନ୍ତି।ସୂଚନା ମତେ ଶୁକ୍ରବାର ସନ୍ଧ୍ୟାରେ ଏକ ବିବାହ ରେ ଯୋଗ ଦେବାକୁ ଘରର ସମସ୍ତ ସଦସ୍ୟ ନିକଟସ୍ଥ ଚିକିଲି ଗାଁ କୁ ଯାଇଥିବା ବେଳେ ରାତି ପ୍ରାୟ ୯ ରୁ ୧୧ ଘଣ୍ଟା ମଧ୍ୟରେ ଦୁର୍ବୁର୍ତ୍ତ ମାନେ ଘରେ ପଶି ଡକାୟତି କରି ଫେରାର ହୋଇଥିଲେ। ଘର ଲୋକେ ରାତି ପ୍ରାୟ ୧୨ ଘଣ୍ଟା ପାଖାପାଖି ଫେରିବା ପରେ ଘରେ ଚୋରି ଡକାୟତି ହୋଇଥିବା ଦେଖି କୋକସରା ପୋଲିସ କୁ ଅଭିଯୋଗ କରିବା ପରେ ରାତିରେ ପୋଲିସ ଆସି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରି ଫେରିଥିଲେ। ଶନିବାର କୋକସରା ପୋଲିସ ପକ୍ଷରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତା ରେ ଡକାୟତି ଘଟଣା ତଦନ୍ତ ଆରମ୍ଭ ହୋଇଛି। କୋକସରା ଥାନା ରେ ଏହି ସଂକ୍ରାନ୍ତ ରେ ଡକାୟତି ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ