Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ବର୍ଷ ପୂର୍ତ୍ତି ଅବସର ରେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ସମିତି ସଦସ୍ୟ।

କୋକସରା:୨୩/୦୩
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ କୋକସରା ପଞ୍ଚାୟତ ସମିତି କୁ ଏହାରି ମଧ୍ୟରେ ୨ ବର୍ଷ ପୁରିଛି।ଏହି ଅବସର ରେ ଶନିବାର କୋକସରା ବ୍ଲକ ର ୨୨ ପଞ୍ଚାୟତ ର ସମିତି ସଦସ୍ୟ ମାନେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ନିର୍ବାଚିତ ପ୍ରତିନିଧି ଭାବେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟାକ୍ଷ ଙ୍କ ସହଯୋଗ ରେ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ଦିଗରେ ଦୁହିଁଙ୍କ ସହଯୋଗ ଓ ଉଦ୍ୟମ ଫଳରେ କୋକସରା ବ୍ଲକ ଆଜି ବିକାଶ ପଥ ରେ ଆଗେଇ ଚାଲିଛି ଓ ପ୍ରଶାସନ ସହ ସମନ୍ୱୟ ରଖି ପ୍ରତି ପଞ୍ଚାୟତ ରେ କେମିତି ଜନ ସାଧାରଣ ଙ୍କ ମୌଳିକ ଅଧିକାର ମିଳିବ ସେନେଇ ପଞ୍ଚାୟତ ସମିତି ସ୍ତରରେ ବିଭିନ୍ନ ସମୟରେ ଆଲୋଚନା କରି ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ମାଧ୍ୟମରେ ସମାଧାନ ଦିଗରେ ସଦା ସର୍ବଦା ତତ୍ପର ଥିବାରୁ ସମସ୍ତ ସମିତି ସଦସ୍ୟ ମାନେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ସମୟରେ ମଧ୍ୟ ବ୍ଲକ ର ସାମଗ୍ରିକ ବିକାଶ ଓ ଉନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ