Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ଓ କଳସ ଯାତ୍ରା।

କୋକସରା:୨୩/୦୩
କୋକସରା ବ୍ଲକ ଲଡୁଗାଁ ଠାରେ ଷୋହଳ ପ୍ରହର ନାମଯଜ୍ଞ ବନ୍ଧପଡା ପୂଜା କମିଟି ପକ୍ଷରୁ ଶନିବାର ଅପରାହ୍ନ ରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ସହ କଳସ ଯାତ୍ରା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରା ରେ ଶତାଧିକ ମହିଳା,ପୁରୁଷ ଶ୍ରଦ୍ଧାଳୁ ମାନେ ଯୋଗଦେଇ ଥିଲେ। ହରିନାମ ସଂକୀର୍ତ୍ତନ, ଘଣ୍ଟୁଆ ଦଳ ରେ ଭବ୍ୟ ଭକ୍ତିମୟ ପରିବେଶ ମଧ୍ୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଷୋହଳ ପ୍ରହର ନାମଯଜ୍ଞ ପୂଜାକର୍ତ୍ତା ଭାବେ ଗୀତାଦେବୀ ଓ ଗିରିଧାରୀ ଅଗ୍ରୱାଲ ସପତ୍ନୀକ ଓଶ୍ରୀମତୀ ସୀମା ଓ ଆଶିଷ ଅଗ୍ରୱାଲ ପୂଜା କାର୍ଯ୍ୟ ତୁଲାଇବେ। ଷୋହଳ ପ୍ରହର ନାମ ରବିବାର ସକାଳ ରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ଶେଷ ହେବ। କମିଟି ପକ୍ଷରୁ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ,ଅନ୍ନଭୋଜନ,ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ନାମଯଜ୍ଞ କମିଟି ପକ୍ଷରୁ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ