Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋଳ ପୂର୍ଣ୍ଣିମା ଅବସର ରେ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ବାର୍ଷିକ ଉତ୍ସବ,ମଞ୍ଚସ୍ତ ହେଲା ନାଟକ ‘ସମୟରେ ତୋତେ ଭରସା ନାହିଁ’।

କୋକସରା ୨୭/୦୩
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାରବାହାଲ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ପକ୍ଷରୁ ଦୋଳ ପୂର୍ଣ୍ଣିମା ଉତ୍ସଵ କାର୍ଯ୍ୟକ୍ରମ ଅବସର ରେ ପ୍ରତିବର୍ଷ ପାଳିତ ହୋଇ ଆସୁଥିବା ବେଳେ ଦୋଳ ପୂର୍ଣ୍ଣିମା ନାଟକ ସମୟ ରେ ତୋତେ ଭରସା ନାହିଁ ନାଟକ ମଞ୍ଚସ୍ତ ହୋଇଯାଇଛି। କୃପାସିନ୍ଧୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସର ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୁନାଗଡ଼ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେବାସହ ଦିର୍ଘ ବର୍ଷ ର ଯାତ୍ରା କୁ ଉଜ୍ଜୀବିତ କରି ରଖି ଅଞ୍ଚଳ ର କଲା, ସଂସ୍କୃତି କୁ ନୂତନ ଯୁବପିଢ଼ି ନିକଟରେ ପହଞ୍ଚାଇବା ଉଦ୍ୟମ କୁ ପ୍ରସଂଶା କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ତୁଲେଶ୍ୱର ନାଏକ, ରାମ ନାରାୟଣ ପଣ୍ଡା, ଅନୁଷ୍ଠାନ ର ସଭାପତି ଜ୍ଞାନ ରଞ୍ଜନ ପଣ୍ଡା,ନିର୍ଦେଶକ ଭବାନୀ ଶଙ୍କର ପଟ୍ଟନାୟକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ର ଆଦିତ୍ୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ନାଟକ ସମୟ ରେ ତୋତେ ଭରସା ନାହିଁ ରେ କଳାକାର ମାନେ ଜୀବନ୍ତ ଓ ନିଖୁଣ ଅଭିନୟ ସମସ୍ତ ଦର୍ଶକ ଙ୍କୁ ବିମୋହତ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ