Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ୱାର୍ଡ଼ ମେମ୍ବର ସଙ୍ଘ ପକ୍ଷରୁ ୫ ଦଫା ଦାବିପତ୍ର ବିଡ଼ିଓ ଙ୍କୁ ପ୍ରଦାନ।

କୋକସରା:୨୭/୦୩
କୋକସରା ବ୍ଲକ ୱାର୍ଡ଼ ମେମ୍ବର ସଙ୍ଘ ପକ୍ଷରୁ ବୁଧବାର କୋକସରା ବ୍ଲକ ୨୨ ପଞ୍ଚାୟତ ୱାର୍ଡ ସଭ୍ୟ ସଭ୍ୟା ସଂଘ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ଓଡ଼ିଶାର।ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟ ରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ଜରିଆରେ ୫ ଦଫା ଦାବୀ ପ୍ରଦାନ କରାଯାଇଛି। ଧର୍ମଗଡ ଉପଖଣ୍ଡ ସଭାପତି ଦିଗାମ୍ବର ବେମାଲ ଙ୍କ ନେତୃତ୍ୱରେ ଏକ ବିଶାଳ ରେଲି କୋକସରା ଶିବ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ମଧ୍ୟରେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମାସିକ ଭତ୍ତା ୪୮୦ ବଦଳରେ ୬୦୦୦ ଟଙ୍କା ବୃଦ୍ଧି, ୱାର୍ଡ ମେମ୍ବର ପଦବୀରେ ଥାଇ ମୃତ୍ୟୁ ବରଣ କଲେ ୧୦ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣା ଜନିତ ଅକ୍ଷମ ହେଲେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା, କାର୍ଯ୍ୟ ଅବଧି ଶେଷ ହେବା ପରେ ଅବସର କାଳୀନ ଭତ୍ତା ବାବଦକୁ ୨ ହଜାର ଟଙ୍କା,ପଞ୍ଚାୟତ ର ସମସ୍ତ ବିକାଶ ମୂଳକ କାର୍ଯ୍ୟ ୱାର୍ଡ ମେମ୍ବର ମାଧ୍ୟମରେ କରାଇବା, ପଞ୍ଚାୟତ ସ୍ତରରେ ହେଉଥିବା ସମସ୍ତ ସରକାରୀ ଯୋଜନା ରେ ୱାର୍ଡ ମେମ୍ବର ମାନଙ୍କୁ ସାମିଲ କରିବା ପ୍ରଭୃତି ଦାବୀ ରହିଛି। ଏହି ଆନ୍ଦୋଳନ କୁ କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ରାଜେନ୍ଦ୍ର ନାଏକ, ସନ୍ତୋଷ ପାଢ଼ୀ ପ୍ରମୂଖ ସମର୍ଥନ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ