Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଲଙ୍କେଶ୍ୱରୀ ଗ୍ରୀନ ଟେନିସ କ୍ରିକେଟ ଟୁର୍ନାମେଣ୍ଟ: ଜୟପାଟଣା ଚମ୍ପିୟାନ।

କୋକସରା,୨୮/୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତର ବାଟିଗୁଡା ଖେଳପଡିଆ ଠାରେ ଚାଲିଥିବା ମା’ ଲଙ୍କେଶ୍ଵରୀ ଗ୍ରୀନ୍ ଟେନିସ ନକଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଚିଲିଡଙ୍ଗରୀ ଓ ଜୟପାଟଣା ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା। ଏଥିରେ ଚିଲଡଙ୍ଗରୀକୁ ହରାଇ ଜୟପାଟଣା ଟିମ୍ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ପ୍ରଥମେ ଚିଲଡଙ୍ଗରୀ ଦଳ ଟସ୍ ଜିଣି ବ୍ୟାଟିଂ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୧୨ ଓଭର ମଧ୍ୟରେ ୧୧.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୯ ରନ୍ ସଂଗ୍ରହ କରିଥିଲେ। ଜବାବରେ ଜୟପାଟଣା ଟିମ୍ ୧୧.୪ ଓଭରରେ ୩ ଉଇକେଟ ବିନିମୟରେ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଛି। ଅମ୍ପିଆର ଭାବେ ଲୁନା ତ୍ରିପାଠୀ ଓ ପବିତ୍ର ଦଳପତି ଖେଳ ପରିଚାଳନା କରିଥିଲେ। ସ୍କୋରର ଯୋଗେଶ ଧ.ମାଝୀ ରହିଥିବାବେଳେ ହିରଣ୍ୟ ବେହେରା, ସୁଶାନ୍ତ ଦଳପତି ଓ ମନମୋହନ ଦାସ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଅରୁଣ ଶବର, ପିତାମ୍ବର ଦଳପତି, ଶଶୀନ୍ଦ୍ର ଦଳପତି, ବେଣୁଧର ଦଳପତି, ଭୀଷ୍ମରଥି ପୁଝାରୀ, ପୁରନ୍ଦର ଦଳପତି, ପରମେଶ୍ୱର ବାଗ, ଜୟଲାଲ ତାଣ୍ଡି ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନଙ୍କ ଦ୍ୱାରା ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାନ ଅଫ୍ ଦି ମ୍ୟାଚ ଜୟପାଟଣା ଟିମ୍ ର ଅଜୁ ଓ ମ୍ୟାନ ଅଫ୍ ଦି ସିରିଜ ଚିଲଡ଼ଙ୍ଗରୀର ଆଲୋକ ବିବେଚିତ ହୋଇଥିଲେ। ଆୟୋଜକ ଅନୁଷ୍ଠାନର ପରମାନନ୍ଦ ଧ.ମାଝୀ, ମହେନ୍ଦ୍ର ପାଣିଗ୍ରାହୀ, ତୋଫାନ ଜାଲ, ପିତାମ୍ବର ତାଣ୍ଡି, ଜଗନ୍ନାଥ ସରାଫ, ରାହୁଲ ଦୁର୍ଗା, ବିଶ୍ୱମ୍ବର ଦଳପତି, କୈଳାଶ ପୁଝାରୀ, ଉଦେ ଦଳପତି, ଉଦିତ ନାରାୟଣ ଦଳପତି ପ୍ରମୁଖ ପରିଚାଳନାରେ ସହେଯାଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ