Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବକାରୀ ନିୟମ କୁ ଫୁ କରୁଛି ବେହେରା ମଦ ଭାଟି,ରାସ୍ତା ପାର୍ଶ୍ଵ ରେ ପଡି ରହୁଛି ଆବର୍ଜନା।

କୋକସରା:୩୦/୦୩
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଥିବା ଦେଶୀ ମଦ ଭାଟି ଦୀର୍ଘ ବର୍ଷ ରୁ ଅବକାରୀ ନିୟମ ଉଲଙ୍ଘନ କରୁଥିବା ଅଭିଯୋଗ ଆସିଛି । ନିକଟରେ ଗ୍ରାମ୍ୟ ଜଳଯୋଗାଣ ପାଣି ଟାଙ୍କି ରହିଥିବା ବେଳେ,ସର୍ବ ସାଧାରଣ ଗାଧୋଇବା ପୁଷ୍କରିଣୀ ଓ ପ୍ରାଥମିକ ବିଦ୍ୟାଳୟ ଠାରୁ ମାତ୍ର ୧୦୦ ମି ଦୂରରେ ରହିଛି ମଦଭାଟି। ମଦ ଭାଟି ର ଦୁର୍ଗନ୍ଧ ଓ ମଦ୍ୟପ ମାନଙ୍କର ବିକୃତ ମାନସିକତା ଶିଶୁ ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ଯାହା ଚିନ୍ତାର ବିଷୟ ହେଇଛି । ଏଥି ସହିତ ମଦ ଭାଟି ରୁ ବାହାରୁଥିବା ବର୍ଯ୍ୟ ଆବର୍ଜନା ମୁକୁଳା ଭାବରେ ରାସ୍ତା ସମ୍ମୁଖରେ କୁଢ଼କୁଢ଼ ପଡିରହିଥିବା ବେଳେ ବିନା ବିଶୋଧନ ରେ ଭାଟି ମଧ୍ୟରୁ ବାହାରକୁ ଦୁର୍ଗନ୍ଧ ପାଣି ଛଡା ଯାଉଛି। ପଲ୍ୟୁସନ କଣ୍ଟ୍ରୋଲ ମେସିନ ଦ୍ୱାରା ବିଶୋଧନ କରି ଆବର୍ଜନା ପାଣି ବାହାରକୁ ଛାଡିବା ନିୟମ ଥିବାବେଳେ ଦେଶି ମଦ ଭାଟି ଏହି ନିୟମକୁ ଖୋଲମ ଖୁଲା ଉଲଙ୍ଘନ କରି ଚାଲିଛି । ଯାହାଦ୍ୱାରା ସେଠାକାର ପରିବେଶ ପ୍ରଦୂଷଣ ହୋଇ ପରିବେଶ କୁ ଦୂଷିତ କରୁଛି।ଏହା ବ୍ୟତୀତ ବେହେରା ମଦଭାଟି ରୁ ଆଖପାଖ ଗ୍ରାମ ଗୁଡିକରେ ବେଆଇନ ଭାବରେ ମଦ କୋଠି ଖୋଲି ବେଧଡକ ମଦ ପାଉଚ ଯୋଗାଉଥିବା ଯୋଗୁ ଗ୍ରାମ୍ୟ ପରିବେଶ ବିଗିଡିବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ସମୟ ରେ ଅଞ୍ଚଳବାସୀ ଅବକାରୀ ବିଭାଗ କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଲି ନଥିବା ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ପ୍ରକାଶ କରିଥିଲେ ।ଦୀର୍ଘ ବର୍ଷ ରୁ ଏତେ ପ୍ରକାର ନିୟମ କାନୁନ କୁ ଉଲଙ୍ଘନ କରି ଚାଲିଥିବା ବେହେରା ଦେଶି ମଦ ଭାଟି ପ୍ରତି ପୋଲିସ ପ୍ରଶାସନ ନା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଅଞ୍ଚଳର ବୁଦ୍ଧିଜୀବୀ ମହଲ ରେ ଅସନ୍ତୋଷ ର କାରଣ ପାଲଟିଛି । ଏ ନେଇ ଧର୍ମଗଡ଼ ଅବକାରୀ ବିଭାଗ ଏସ ଆଇ ପ୍ରତିମା ବେହେରା ଙ୍କୁ ପଚାରିବାରୁ ଅଳ୍ପ ଦିନ ତଳେ ଏକ ଟିମ ଯାଇ ବେଆଇନ କୋଠି ଗୁଡାକ ବନ୍ଦ କରାଯାଇଥିଲା, ପୁଣି ଟିମ ଚେକିଂ କରାଯିବ ଓ କୌଣସି ମତେ ଅବ୍ୟବସ୍ଥା କୁ ପ୍ରୋତ୍ସାହନ ଦିଆଯିବ ନାହିଁ,ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।