ବିଜେପି ଘୋଷଣା କଲା ଲୋକସଭା ପ୍ରାର୍ଥୀ : କଟକରୁ ଲଢିବେ ଭର୍ତ୍ତୃହରି


ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । କଟକ ପାଇଁ ପ୍ରାର୍ଥୀ ହେଲେ ଭର୍ତ୍ତୃହରି ମହତାବ, ସେହିପରି ଯାଜପୁର ପାଇଁ ପ୍ରାର୍ଥୀ ହୋଇଛନ୍ତି ରବୀନ୍ଦ୍ର ନାରାୟଣ ବେହେରା । ଏହାସହ କନ୍ଧମାଳରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ପାଣିଗ୍ରାହୀ । ମୋଟ୍‌ ଉପରେ ଅଷ୍ଟମ ପର୍ଯ୍ୟାୟରେ ବିଜେପି ଓଡିଶାରେ ବାକି ଥିବା ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯାଜପୁର, କନ୍ଧମାଳ ଓ କଟକ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । କୁହାଯାଉଥିଲା କି କଟକରୁ ହିଁ ପ୍ରାର୍ଥୀ ହେବେ ଭର୍ତ୍ତୃହରି । ଏବେ ଠିକ୍‌ ସେଇୟ ହିଁ ହେଲା । ଖାଲି କଟକ ନୁହେଁ ବରଂ ଯାଜପୁରରୁ ରବିନ୍ଦ୍ର ନାରାୟଣ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ କଟକରୁ ଲଢିବେ ଭର୍ତ୍ତୃହରି ମହତାବ । ତେବେ ଏହି ଲୋକସଭା ଆସନ ସହ ବିଜେପି ରାଜ୍ୟରେ ସମସ୍ତ ୨୧ ଲୋକସଭା ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିସାରିଛି

କେଉଁଠୁ କିଏ ବିଜେପି ପ୍ରାର୍ଥୀ?
ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
ବରଗଡ – ପ୍ରଦୀପ ପୁରୋହିତ

ନବରଙ୍ଗପୁର- ବଳଭଦ୍ର ମାଝୀ
କେନ୍ଦ୍ରାପଡା- ବୈଜୟନ୍ତ ପଣ୍ଡା
ଜଗତସିଂହପୁର- ବିଭୂ ପ୍ରସାଦ ତରାଇ
ପୁରୀ– ସମ୍ବିତ ପାତ୍ର

ବାଲେଶ୍ୱର -ପ୍ରତାପ ଚନ୍ଦ୍ର ଷଡଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ସୁନ୍ଦରଗଡ- ଜୁଏଲ ଓରାମ
କେନ୍ଦୁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବ ଚରଣ ମାଝୀ

ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି
ବଲାଙ୍ଗୀର – ସଙ୍ଗୀତା କୁମାରୀ ସିଂହ ଦେଓ
କଳାହାଣ୍ଡି- ମାଳବିକା କେଶରୀ ଦେଓ

ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ଆସିକା- ଅନିତା ଶୁଭଦର୍ଶିନୀ
ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ
କୋରାପୁଟ – କାଳୀରାମ ମାଝୀ
ଭଦ୍ରକ- ଅଭିମନ୍ୟୁ ସେଠୀ
କଟକ- ଭର୍ତ୍ତୃହରି ମହତାବ
ଯାଜପୁର- ରବୀନ୍ଦ୍ର ନାରାୟଣ ବେହେରା
କନ୍ଧମାଳ- ସୁକାନ୍ତ ପାଣିଗ୍ରାହୀ