Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ର ନିର୍ବାଚନି ପ୍ରସ୍ତୁତି, ଲଡୁଗାଁ ରେ ସଂକଳ୍ପ ଦିବସ ରେ କର୍ମି ସମାବେଶ।

କୋକସରା:୩୧/୦୩
ନିର୍ବାଚନ ପାଇଁ ବିଜେଡି ଦଳ ପକ୍ଷରୁ ଅଧିକାଂଶ ବିଧାନସଭା ରେ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବରୁ ଧର୍ମଗଡ ବିଧାୟକ ରହିଥିବା ତଥା ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ବିଜେଡି ଦଲୀୟ ଟିକେଟ ଦେଇଛି। ବିଧାୟକ ଟିକେଟ ମିଳିବା ପରେ ଧର୍ମଗଡ ରେ ନିର୍ବାଚନ ବୈତରଣୀ ପାର ହେବାପାଇଁ ରଣନୀତି ଆରମ୍ଭ ହୋଇଛି। ରବିବାର କୋକସରା ବ୍ଲକ ଲଡୁଗାଁ ଠାରେ ବିଜେଡି ସଂକଳ୍ପ ଦିବସ ପାଳନ ଅବସରରେ କର୍ମି ସମାବେଶରେ ବ୍ଲକ ର ୨୨ ପଂଚାୟତ ରୁ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ହଜାର ସଂଖ୍ୟାରେ ବିଜେଡି କର୍ମୀ ସମାବେଶ ହୋଇଥିଲା। ଧର୍ମଗଡ ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସଂକଳ୍ପ ଦିବସ ରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି କଂଗ୍ରେସ ର ଅନେକ କର୍ମି ବିଜେଡି ରେ ଯୋଗ ଦେଇଥିଲେ। ବିଧାୟକ ପ୍ରାର୍ଥୀ ସିଂଦେଓ ବିଜେଡି ସରକାର ଙ୍କ ଲୋକାଭିମୁଖୀ ଯୋଜନା,ବିକଶିତ ଓ ରୂପାନ୍ତରିତ ଓଡିଶା ନିର୍ବାଚନ ମଣ୍ଡଳୀ ର ଅଧୁରା ବିକାଶ ର ସ୍ୱପ୍ନ କୁ ସାକାର କରିବା ଦ୍ୱାହି ଦେଇ ସମସ୍ତ ଙ୍କ ସହଯୋଗ କାମନା କରିବା ସହ ଆଗାମୀ ନିର୍ବାଚନ ରେ ବିଜୟୀ କରିବାକୁ ଆଶ୍ରିବାଦ ମାଗିଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମଫେଡ଼ ଅଧ୍ୟକ୍ଷ କିଶୋର ଚନ୍ଦ୍ର।ପ୍ରଧାନୀ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ତ୍ରିନାଥ ବାଗ, ବୈଜୟନ୍ତି ପୁଝାରି,ସରପଞ୍ଚ ସଙ୍ଘ ସଭାପତି ନକୁଳ ନାଏକ, ବିଜେଡି ଅନୁସୂଚିତ ଜାତି ସମ୍ପାଦକ ଧବଳେଶ୍ବର ନାଗ, ବ୍ଲକ ଅନୁସୂଚିତ ଜନଜାତି ସେଲ ସଭାପତି ଭୁବନେଶ୍ୱର ମାଝୀ, ମହିଳା ନେତ୍ରୀ ଅଶୋକା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ସଂଯୋଜନା ପଙ୍କଜ ମୁଖ ଚୌଧୁରୀ କରିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ