Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବାଧ ନିର୍ବାଚନ ପାଇଁ କଳାହାଣ୍ଡି ଓ ଗରିଆବନ୍ଧ ପୋଲିସର ସ୍ଵତନ୍ତ୍ର ବୈଠକ।

କଳାହାଣ୍ଡି:୦୧/୦୪
ଆଗାମୀ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହ କରିବା ପାଇଁ କଳାହାଣ୍ଡି (ଓଡ଼ିଶା) ଓ ସୀମା ସଂଲଗ୍ନ ଗାରିଆବନ୍ଦ୍ ଜିଲ୍ଲା (ଛତିଶଗଡ) ପୋଲିସ ମିଳିତ ଏକ ସ୍ଵତନ୍ତ୍ର ବୈଠକ ଦେଭୋଗ ଠାରେ ଅନୁଷ୍ଠତ ହୋଇଥିଲା । କଳାହାଣ୍ଡି ଜିଲ୍ଲାରେ ମେ ୧୩ ରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ ଅନୁଷ୍ଠିତ ହେବାକୁ ଥିବା ବେଳେ ଛତିଶଗଡ଼ ରେ ଏପ୍ରିଲ ୨୬ ରେ କେବଳ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଉଭୟ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ପ୍ରଭାବିତ କରୁଥିବା ଅନେକ ଅପରାଧୀ ତଥା ବେନିୟମ କାର୍ଯ୍ୟକଳାପର ସମ୍ଭାବନା ବୃଦ୍ଧି ପାଇବା ଆଶଂକା ରହିଛି। ତେଣୁ ବର୍ତ୍ତମାନ କାଲାହାଣ୍ଡି ଜିଲ୍ଲାର ଧର୍ମଗଡ ସବ-ଡିଭିଜନ ଏବଂ ଛତିଶଗଡ ରାଜ୍ୟ ମେନପୁର ସବ-ଡିଭିଜନ ପୋଲିସ ଏହାର ମୁକାବିଲା ପାଇଁ ମିଳିତ ରଣନୀତି ପ୍ରସ୍ତୁତ କରିଛନ୍ତି। ଦେଓଭୋଗ ପୋଲିସ ଷ୍ଟେସନ ପରିସରରେ ମେନପୁର ଏସଡିଓପି ବାଜି ଲାଲ ସିଂ ଏବଂ ଧର୍ମଗଡ ଏସଡିଏପି ମନୋଜ ବେହେରାଙ୍କ ନେତୃତ୍ୱରେ ଉଭୟ ରାଜ୍ୟ ସୀମା ପୋଲିସ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ,କୋକସରା,ଦେଓଭୋଗ ଥାନା ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।ଏହି ବୈଠକରେ ନିର୍ବାଚନକୁ ପ୍ରଭାବିତ କରୁଥିବା ସମ୍ଭାବ୍ୟ ଅନୈତିକ କାର୍ଯ୍ୟକଳାପ ଦିଗ ଉପରେ ଆଲୋଚନା କରାଯାଇଥିଲା। ଏହାର ମୁକାବିଲା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ବେଆଇନ କାର୍ଯ୍ୟକଳାପରେ ଜଡିତ ଥିବା ଲୋକଙ୍କୁ ପୋଲିସ ତାଲିକାଭୁକ୍ତ କରିବ ଏବଂ ଗ୍ରାମଗୁଡ଼ିକୁ ଚିହ୍ନଟ କରିବ। ଉଭୟ ରାଜ୍ୟର ମିଳିତ ୱାଟଅପ ଗ୍ରୁପ ମଧ୍ୟ ରହିବ ଯେଉଁଥିରେ ସୂଚନା ଆଦାନପ୍ରଦାନ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଭୟ ରାଜ୍ୟରେ ନିର୍ବାଚନ ତାରିଖ ଭିନ୍ନ। ଏଭଳି ପରିସ୍ଥିତିରେ ସୀମାର ଉଭୟ ମୁଣ୍ଡରେ ଥିବା ମଦ ଦୋକାନଗୁଡିକ ନିର୍ବାଚନ ତାରିଖ ପୂର୍ବରୁ ବନ୍ଦ ରହିବା ନେଇ ବରିଷ୍ଠ ଅଧିକାରୀଙ୍କ ମତାମତ ନିର୍ବାଚନୀ ଆୟୋଗଙ୍କ ସହ ଯୋଗାଯୋଗ ପରେ ନିଷ୍ପତ୍ତି ନିଆଯିବ। ଦୁଇ ରାଜ୍ୟର ସୀମା ସଂଲଗ୍ନ ରାସ୍ତା ବ୍ୟତୀତ ସନ୍ଦେହସ୍ପଦ ବ୍ୟକ୍ତି ମାନଙ୍କ ଉପରେ ନଜର ରଖିବ, ବେଆଇନ ମଦ ତଥା ଅନ୍ୟାନ୍ୟ ଅନୈତିକ ଜିନିଷ ସୀମା ପାର ନହେବା ପାଇଁ ଚେଷ୍ଟା କରିବ। ଏହାର ମୁକାବିଲା କରିବା ଉଭୟ ରାଜ୍ୟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଠାରୁ କମ୍ ନୁହେଁ। ସୀମାନ୍ତ ଅଞ୍ଚଳରେ ଯାନବାହନ ଯାଞ୍ଚ କରିବା ବ୍ୟତୀତ ଓଡିଶା ପୋଲିସ ତୃତୀୟ ଆଖିରେ ମନିଟରିଂ ମଧ୍ୟ ଆରମ୍ଭ କରିସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ