Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା କୁ ନିଖୋଜ ର ୮ ମାସ ପରେ ଉଦ୍ଧାର। ଅପହରଣ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଗୋପାଳପୁର ପୁଲିସ ପକ୍ଷରୁ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ମାମଲାରେ ଆଜି ୮ ମାସ ପରେ ଅଭିଯୁକ୍ତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗୋପାଳପୁର ଥାନା ଅନ୍ତର୍ଗତ ଏକ ଗ୍ରାମରୁ ୨୦୨୨ ସେପ୍ଟେମ୍ବର ମାସ ରେ ନାବାଳିକା ଜଣଙ୍କ ନିଖୋଜ ସହ ଅପହରଣ ହୋଇଥିବା ନେଇ ଝିଅର ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୯୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। କୌଣସି ସୂତ୍ରରୁ ପୁଲିସ ଖବର ପାଇ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଗିରଫ କରିଥିଲା।ଆଜି ଉଭୟଙ୍କ ଡ଼ାକ୍ତରୀ ମାଇନା ସହ ନାବାଳିକା ଙ୍କ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ ପରେ ଅଭିଯୁକ୍ତ ଶୈଳେନ୍ଦ୍ର କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକା ପରିବାର କୁ ହସ୍ତାନ୍ତର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories