Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ

‘ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ସେ ଏକାସାଙ୍ଗେ ଜଣେ ରାଜନେତା, ଅର୍ଥନୀତିଜ୍ଞ ଏବଂ ଆଇନଜୀବୀ ଥିଲେ। ସେ ୧୪ ଏପ୍ରିଲ ୧୮୯୧ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରଭାବଶାଳୀ ଦଳିତ ନେତା ଥିଲେ। ମହିଳା ଏବଂ ଶ୍ରମ ଅଧିକାରର ଜଣେ ଦୃଢ ସମର୍ଥକ ଥିଲେ ସେ। ଏହାସହିତ ଆମ୍ବେଦକର ଭାରତର ପ୍ରଥମ ଆଇନ ମନ୍ତ୍ରୀ ମଧ୍ୟ ଥିଲେ। ପ୍ରତିବର୍ଷ ଏପ୍ରିଲ୍ ୧୪କୁ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ।

ଆମ୍ବେଦକର ଏକ ଦରିଦ୍ର ଦଳିତ ମହର ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେହି ସମୟରେ ସମାଜ ଦ୍ୱାରା ଅସ୍ପୃଶ୍ୟ ବୋଲି ବିବେଚନା କରାଯାଉଥିବା ଦଳିତଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ଜନ୍ମଦିନ, ସମସ୍ତ ଭାରତୀୟଙ୍କୁ ଦେଶର ସାମାଜିକ-ଅର୍ଥନୈତିକ ପ୍ରଗତି ଉପରେ ଆଗକୁ ବଢିବାକୁ ସୁଯୋଗ ପ୍ରଦାନ କରେ।

ସେ ପ୍ରଥମ ଭାରତୀୟ ଭାବେ ବିଦେଶୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ଲାଭ କରିଥିଲେ। ୧୯୧୭ ମସିହାରେ କଲମ୍ବିଆ ୟୁନିଭରସିଟିରୁ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଥିଲେ।

ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସଂସଦ ସେଣ୍ଟ୍ରାଲ ହଲରେ ‘ନୋ ୟୁଓର କନଷ୍ଟିଚ୍ୟୁସନ’ କାର୍ଯ୍ୟକ୍ରମ  ଅନୁଷ୍ଠିତ ହେଉଛି । ଏଥିରେ ସାମିଲ ହୋଇଛନ୍ତି ଦେଶର ୨୫ ଜଣ ଯୁବପ୍ରତିଭା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ