Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳ ବୈଶାଖୀ ର ତାଣ୍ଡବ, ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ, ଲୋଟି ପଡିଲା ଗଛ, ରବି ଫସଲ ନଷ୍ଟ ଆଶଙ୍କା।

କୋକସରା:୦୫/୦୪
କୋକସରା ବ୍ଲକ ରେ ବୁଧବାର ସନ୍ଧ୍ୟାରେ ହଠାତ କାଳ ବୈଶାଖୀ ତାଣ୍ଡବ ରେ ପ୍ରବଳ ଝଡ ବର୍ଷା, କୁଆ ପଥର ମାଡ଼ ଓ ପ୍ରବଳ ବେଗ ରେ ପବନ ହେବା କାରଣରୁ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଓ ରବି ପନିପରିବା ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ମତେ ବୁଧବାର ସନ୍ଧ୍ୟାରେ କୋକସରା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ପ୍ରବଳ ଝଡ଼ ବର୍ଷା କାରଣରୁ ସାଧାରଣ ଜୀବନ ଯାତ୍ରା କିଛି ଘଣ୍ଟା ପାଇଁ ବ୍ୟାହତ ହୋଇଥିଲା।ବିଦ୍ୟୁତ ସରାବରାହ ଦିର୍ଘ ଘଣ୍ଟା ଧରି ବ୍ୟାହତ ହୋଇଥିବା ବେଳେ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଝଡବର୍ଷା ଓ କୁଆ ପଥର ମାଡ଼ ରେ ଚାଷି ଙ୍କ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି।ସୁନାମାଲ ଗ୍ରାମର ଚାଷି ଲକ୍ଷ୍ମଣ ନାଏକ ପ୍ରାୟ ୧ ଏକଡ଼ ଜାଗା ରେ ମିଠାମକା ଚାଷ କରିଥିଲେ, ତେବେ ପ୍ରବଳ ପବନ ଯୋଗୁ ସବୁ ଚାଷ ନଷ୍ଟ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି। ସେହିପରି କୋକସରା ସଦର ର ଜଣେ ମହିଳା ଚାଷି ସୂର୍ଯ୍ୟମୁଖୀ ଚାଷ ସହ ପିଆଜ ରସୁଣ ଓ ଆଦି ଚାଷ କରିଥିଲେ।ତାହାମଧ୍ୟ କାଳ ବୈଶାଖୀ ର ତାଣ୍ଡବ ଯୋଗୁଁ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ବ୍ଲକର ଟେମରା,ହଂସପଡା ଆଦି ଗ୍ରାମର ଚାଷୀ ଙ୍କ ସୂର୍ଯ୍ୟମୁଖୀ ଚାଷ କୁ ମଧ୍ୟ କାଳବୈଶାଖୀ ଭାଙ୍ଗି ମୋଡ଼ି ଦେଇ ନଷ୍ଟ କରି ଦେଇ ଥିବା ବେଳେ କାଉଡୋଳା ଗ୍ରାମର କିଛି ଚାଷୀ ଙ୍କ ଡ଼ାଳୁଅ ଧାନ ବିଲରେ ଲୋଟି ପଡ଼ିଛି। ଏହା ବ୍ୟତୀତ ଗମ୍ଭାରୀଗୁଡା, ଫୁଫଗାଁ,ଟେମରା ବରାଡ଼ଙ୍ଗା,ସୁନାମାଲ ଗ୍ରାମର ପରିବା ଚାଷି ଙ୍କ ପନିପରିବା ଚାଷ ମଧ୍ୟ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଜଣାପଡିଛି। କ୍ଷତିଗ୍ରସ୍ତ ଏହି ଚାଷୀ ଚାଷ ର କ୍ଷୟକ୍ଷତି ଅକଲନ କରି କ୍ଷତିପୂରଣ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି।।କୋକସରା ଦମଲକ ବିଭାଗ କର୍ମଚାରୀ ମାନେ ଗୁରୁବାର ଶିଶୁ ମନ୍ଦିର ଛକ ନିକଟରେ ପଡିଥିବା ଗଛ ହଟାଇଛନ୍ତି । ସେହିପରି ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ରାତି ତମାମ ପେଟ୍ରୋଲିଂ କରି ମରାମତି କରି ବିଦ୍ୟୁତ ସରାବରାହ ସ୍ୱାଭାବିକ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories