ଧର୍ମଗଡ ବିଜେପି ପ୍ରାର୍ଥୀ ଙ୍କ କୋକସରା ବ୍ଲକ ଗସ୍ତ, ଲୋକଙ୍କୁ ଭେଟି ଜନ ସମର୍ଥନ ମାଗିଲେ।

କୋକସରା:୦୫/୦୪
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ରୁ ତିନି ପ୍ରମୁଖ ଦଳ ର ପ୍ରାର୍ଥୀ ଙ୍କ ନାମ ଘୋଷଣା ସରିଛି। ବିଜେପି ରୁ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ବିଜେଡି ରୁ ପୁଷ୍ପେନ୍ଦ୍ର ସିଂଦେଓ ଓ କଂଗ୍ରେସ ରୁ ରଶ୍ମିରେଖା ରାଉତ ଙ୍କୁ ଦଳ ପ୍ରାର୍ଥୀ କରିଛି। ଟିକେଟ ମିଳିବା ପରେ ପ୍ରାର୍ଥୀ ମାନେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ଆଶ୍ରିବାଦ ନେବାସହ ନିଜ ସପକ୍ଷରେ ଜନ ମତ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି।ଶୁକ୍ରବାର ବିଜେପି ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ନିର୍ବାଚନ କ୍ଷେତ୍ର ର ଅନେକ ଅଞ୍ଚଳ ବୁଲି କେନ୍ଦ୍ର ମୋଦି ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ନେଇ ନିଜ ସପକ୍ଷରେ ଜନ ସମର୍ଥନ ଲୋଡୁଥିବା ଦେଖିବାକୁ ମିଳିଛି। କୋକସରା ବ୍ଲକ ର ଡଙ୍ଗରଗୁଡା,ଗମ୍ଭାରୀଗୁଡା,ଚିକିଲି, ଓଲମା,ଚିଲଗୁଡା,କାଦୋପଦର୍,ଫୁପଗାଁ, ଲଡୁଗାଁ, ଆଇଲି, ମଜୁରଶାହୀ,ଫୁଫଗାଁ,ସୁନାମାଲ ଗାଁ ବୁଲି ଜନସାଧାରଣଙ୍କ ଆଶୀର୍ବାଦ କାମନା କରିଛନ୍ତି। ବିଜେପି ପ୍ରାର୍ଥୀ ଙ୍କୁ ଅନେକ ସ୍ଥାନରେ ଜନ ସାଧାରଣ ମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି। ତାଙ୍କ ସହ ବିଜେପି କର୍ମକର୍ତ୍ତା ଦୁର୍ଗା ପ୍ରସାଦ ପ୍ରଧାନୀ, ତ୍ରିନାଥ ଶବର, ଗରୁଡ଼ ଧ୍ଵଜ ମାଝୀ, ଦୈତାରି ବାରିକ, ରଜନୀକାନ୍ତ ପଣ୍ଡା,ବିପିନ ବିହାରୀ ମହାରଣା ମହେନ୍ଦ୍ର ଗୋପାଳ ଓ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ରହି ଦଲୀୟ ପ୍ରାର୍ଥୀ ଙ୍କ ପାଇଁ ଜନ ସମର୍ଥନ ଦେବାକୁ ଜନ ସାଧାରଣ ଙ୍କୁ ନିବେଦନ କରୁଛନ୍ତି।