Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସରେ ମିଶି ପାରନ୍ତି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଦୀ

ବେଙ୍ଗାଲୁରୁ: କଂଗ୍ରେସରେ ମିଶି ପାରନ୍ତି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଦୀ। କର୍ଣ୍ଣାଟକ ନିର୍ବାଚନ ଲାଗି ଟିକେଟ୍ ନ ମିଳିବାରୁ ବିଜେପି ଛାଡ଼ିଥିଲେ ଲକ୍ଷ୍ମଣ ସାବଦୀ। ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗ ଦେବା ନେଇ ସୂଚନା ମିଳିଛି। ଆଜି ସେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ଦଳର ବରିଷ୍ଠ ନେତା ସିଦ୍ଧରମେୟାଙ୍କୁ ଭେଟିଛନ୍ତି। ବେଙ୍ଗାଲୁରୁ ସ୍ଥିତ ସିଦ୍ଧରମେୟାଙ୍କ ବାସଭବନରେ ଏହି ବୈଠକ ହୋଇଥିଲା।

ତେବେ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନି। ଏପ୍ରିଲ ୧୨ରେ ସେ ଦଳରୁ ଇସ୍ତଫା ଦେଇଥିଲେ। ସୂଚନା ଥାଉକି ମେ ୧୦ରେ କର୍ଣ୍ଣାଟକ ନିର୍ବାଚନ ଅନୁଷ୍ଠିତ ହେବ। ୧୩ରେ ପ୍ରକାଶ ପାଇବ ନିର୍ବାଚନୀ ଫଳ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories