କୋକସରା ତା-୦୭/୦୪
ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ୪୧ତମ ବାର୍ଷିକ ଉତ୍ସବ ଚଳିତବର୍ଷ କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ କନ୍ଦାଗଡ ଖେଳ ପଡିଆ ଠାରେ ଅପ୍ରେଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ବାର୍ଷିକ ଉତ୍ସବ ଅବସରରେ ନବକୁଣ୍ଡୀୟ ବିଶ୍ଵଶାନ୍ତି ମହାବିଷ୍ଣୁ ଯଜ୍ଞ, ମୁଣ୍ଡନ ,କୁଣାବରୀ,ବ୍ରତ, ବିବାହ, ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ।ଏଥିପାଇଁ ଆଜି ଏକ ଭବ୍ୟ କଳସଯାତ୍ରା ଯଜ୍ଞ ବେଦୀରୁ ବାହାରି ସ୍ଥାନୀୟ ମୁଟରା ନଦୀରେ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ଜଳ ଉଠାଇ ଘଣ୍ଟ ଶଙ୍ଖ କାହାଳି, ଘୁମୁରା, ସଂକୀର୍ତ୍ତନ ଦଳ ର ହରିନାମ ବୋଲ ରେ ନଗର ପରିକ୍ରମା କରାଯାଇ ଯଜ୍ଞ ସ୍ଥଳରେ ପହଞ୍ଚିଥିଲେ। ୧୧୧୧ କଳସ ସହ ସଂକୀର୍ତ୍ତନ,ଘୁମୁରା,ଘଣ୍ଟଦଳ ସାମିଲ ହୋଇଥିଲେ। କଳସଯାତ୍ରା କାର୍ଯ୍ୟକ୍ରମ ରେ ସଂଘ ପ୍ରମୁଖ ଶ୍ରୀ ଜଗଦାନନ୍ଦଜୀ କୁ ସ୍ବାଗତ କରାଯିବା ପରେ କଳସଯାତ୍ରା ଆରମ୍ଭ ହୋଇଥିଲା। କଳସଯାତ୍ରା କୁ ସଂଘର ବେଦବ୍ରହ୍ମା, ପ୍ରଜାପତି, ଆଚାର୍ଯ୍ୟ ପୂଜନ ପରିଚାଳନା କରିଥିଲେ। ମୁଖ୍ୟସଂଘ କାର୍ଯ୍ୟକର୍ତ୍ତା ସମେତ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କଂଗ୍ରେସ ବିଧାୟିକା ପ୍ରାର୍ଥୀ ନି ରଶ୍ମିରେଖା ରାଉତ ଓ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ପ୍ରମୁଖ କଳସ ଯାତ୍ରା ଓ ମହାବିଷ୍ଣୁ ଯଜ୍ଞ ଉଦଘାଟନି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଆମପାଣି ପଞ୍ଚାୟତ ର ସମସ୍ତ ଗ୍ରାମ ଓ ପଡୋଶୀ ପଞ୍ଚାୟତ ର ଗ୍ରାମ ର ହଜାର ହଜାର ଜନ ସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ।
ମହାବିଷ୍ଣୁ ଯଜ୍ଞ ପାଇଁ କଳସଯାତ୍ରା,ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ।
