Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ।

କୋକସରା:୦୮/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜୁ ଜନତା ଦଳ ର ବରିଷ୍ଠ ନେତା ପର୍ଶୁରାମ ପ୍ରଧାନୀ ବିଜେଡି ଦଳ ପ୍ରାଥମିକ ସଦସ୍ୟ ପଦ ରୁ ନିଜର ଇସ୍ତଫା ପତ୍ର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ଦେଇଥିବା ଜଣାପଡିଛି। ସୂଚନା ମତେ ପର୍ଶୁରାମ ପ୍ରଧାନୀ ବିଜୁ ଜନତା ଦଳ ରେ ଦିର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ହେବ ବିଜୁ ପଟ୍ଟନାୟକ ଙ୍କ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜଣେ ଶୃଙ୍ଗଳିତ କର୍ମି ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ଗତ ୫/୬ ବର୍ଷ ହେବ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରୁଥିବା ବେଳେ ଦଲୀୟ ନେତୃତ୍ୱ ମଧ୍ୟ ତାଙ୍କ ପ୍ରତି ଅବିଚାର କରିଥିବା ପ୍ରତିବାଦ କରି ବିଜୁ ଜନତା ଦଳ ର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ପତ୍ର ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ଦେଇଛନ୍ତି। ବିଜେଡି ଦଳ ବିଜୁ ବାବୁ ଙ୍କ ନୀତି ଆଦର୍ଶ ରୁ ବିଚ୍ୟୁତ ହୋଇଥିବା ଅଭିଯୋଗ କରିଛନ୍ତି। ନିକଟ ଭବିଷ୍ୟତରେ ସେ ଜାତୀୟ ଦଳ ରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ