Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ସୁନାମାଲ ଗ୍ରାମ ର ଶତାଧିକ ମହିଳା।

କୋକସରା:୦୮/୦୪
କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମ ର ଜଳ ଯୋଗାଣ ପ୍ରକଳ୍ପ ଦିର୍ଘ ୨ ମାସ ହେବ ଅଚଳ ହୋଇ ପଡିଛି। ଫଳରେ ଗ୍ରୀଷ୍ମପ୍ରବାହ ରେ ପାନୀୟ ଜଳ ପାଇଁ ଡ଼ହକ ବିକଲ ହେଉଛନ୍ତି ସ୍ଥାନୀୟ ସୁନାମାଲ ଗ୍ରାମବାସୀ। ଦୁଇ ମାସ ମଧ୍ୟରେ ଲଡୁଗାଁ ପଞ୍ଚାୟତ ସମେତ ବ୍ଲକ ପ୍ରଶାସନ, ଜଳ ଯୋଗାଣ ବିଭାଗ ଓ ଜନ ପ୍ରତିନିଧି ଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ହେଲେ ପାନୀୟ ଜଳ ଯୋଗାଣ ନେଇ କୌଣସି ପଦକ୍ଷେପ ନେଇ ନାହାଁନ୍ତି ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ। ଡ ହ ଡ଼ ହ ଖରା ରେ ନଦୀ ରେ ବାଲିଚୁଆ ଖୋଲି ଓ ଦୀର୍ଘ ରାସ୍ତା ଚାଲି ଚାଲି ପାନୀୟ ଜଳ ସଂଗ୍ରହ କରୁଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ମାନେ। ସୋମବାର ସୁନାମାଲ ଗ୍ରାମର ଶତାଧିକ ମହିଳା ମାନେ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ପାନୀୟ ଜଳ ଯୋଗାଣ ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର ଦେବାକୁ ଆସିଥିବା ବେଳେ ବିଡ଼ିଓ ଅନୁପସ୍ଥିତ କାରଣରୁ ଜଳ ଯୋଗାଣ ବିଭାଗ ର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ ଙ୍କୁ ଦାବିପତ୍ର।ପ୍ରଦାନ କରିଛନ୍ତି ଓ ଯଦି ସପ୍ତାହେ ମଧ୍ୟରେ ଜଳ ଯୋଗାଣ ନ ହୁଏ ତାହେଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏନେଇ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ।ଙ୍କ ପ୍ରତିକ୍ରିୟା ନେବାରୁ ମୋଟର ଅଚଳ ଥିବା କାରଣରୁ ପାଣି ଯୋଗାଣ ହୋଇ ପାରୁନାହିଁ ମୁଁ ସହକାରୀ ଯନ୍ତ୍ରୀ ଙ୍କ ସହ ଏ ବିଷୟରେ କଥା ହୋଇଛି ଆସନ୍ତା ୩/୪ ଦିନ ମଧ୍ୟରେ ମୋଟର ଲଗାଯାଇ ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ