Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୈତ୍ର ଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ଘଣ୍ଟ ରୂପ ରେ ଦର୍ଶନ ଦେଲେ ମା ଠାକୁରାଣୀ।

କୋକସରା:୦୯/୦୪
ଚୈତ୍ର ମାସ ରେ ଧରା ପୃଷ୍ଠ କୁ ଅବତରଣ କରିଛନ୍ତି ମା ଠାକୁରାଣୀ ଙ୍କ ରୁପରେ ଦେବି ପ୍ରତିମା,ଚୈତ୍ର ମାସ ହେଉଛି ଗ୍ରାମ ଦେବାଦେବୀ ଙ୍କ ଆବାହନ ର ମାସ। ଏହି କ୍ରମ ରେ ମଙ୍ଗଳବାର ଠାରୁ କୋକସରା ବ୍ଲକ ର ବିଭିନ୍ନ ଗ୍ରାମ ରେ ଚୈତ୍ର ଯାତ୍ରା ଆରମ୍ଭ ହୋଇଥିବା ବେଳେ ମା ଙ୍କ ଆବାହନ ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ସହର ଠାରୁ ପଲ୍ଲୀ। ବ୍ଲକ ର ମହିମା ପଞ୍ଚାୟତ ର ମହିମା ଗ୍ରାମ ରେ ରବିବାର ଗ୍ରାମର ଦେବୀ ପୁଝାରୀ ରତନ ପୂଝାରୀ ଘରୁ ପୂଜାର୍ଚ୍ଚନା ପରେ ମା ଠାକୁରାଣୀ,ମା ବୁଡେନ,ମା ପରଦେସେନ ,ମା ମାନପୁରେନ ଦେବୀ ଙ୍କୁ ଆବାହନ ପରେ କୁଆଁରୀ ଝିଅ ଙ୍କ ଦେହରେ ମା ବିରାଜମାନ କରିଥିଲେ। ପରେ ପୁଜକ ତିନି ଘଣ୍ଟ କୁ ପୂଜାର୍ଚ୍ଚନା କରି କୁଆଁରୀ ଝିଅ ମାନେ ଘଣ୍ଟ କୁ ମୁଣ୍ଡରେ ସ୍ଥାପନ କରି ଗ୍ରାମ ପରିକ୍ରମା କରିବାକୁ ବାହାରିଥିବା ବେଳେ, ପ୍ରଥମେ ଗ୍ରାମର ଗନ୍ତିଆ ସୁରେଶ ଚନ୍ଦ୍ର ପାତ୍ରଙ୍କ ଘରୁ ଘଣ୍ଟ ଙ୍କୁ ସ୍ୱାଗତ କରି ଦେବି ରୂପକ ଘଣ୍ଟ କୁ ପୂଜାର୍ଚ୍ଚନା କରିଥିଲେ।ପରେ ଗ୍ରାମରେ ଘଣ୍ଟ ପରିକ୍ରମା କରି ଭୁର୍ଷାଗୁଡା ଓ ମାଲପଡା ତିନି ଦିନ ଧରି ଘଣ୍ଟ ପରିକ୍ରମା କରି ମଙ୍ଗଳ ବାର ଦିନ ମହିମା ଗ୍ରାମର ମା ଠାକୁରାଣୀ ମନ୍ଦିରକୁ ତିନି ଘଣ୍ଟ ବିରାଜମାନ କରିଥିଲେ l ଗ୍ରାମର ମା ଠାକୁରାଣୀ,ମଣ୍ଡଳଭୀମା,, କୁନ୍ଦିନୀ ବୁଡି,କୁ ଶୁକ୍ଳ ଭୋଗ,ନଡ଼ିଆ, କୁକୁଡ଼ା,ବୋଦା ପାରା ବଳି ଦେଇ ପୂଜାର୍ଚ୍ଚନା କରି ମାଙ୍କ ଠାରୁ ଆଶ୍ରିବାଦ ନେଇଥିଲେ l ଚୈତ୍ର ଘଣ୍ଟ ଯାତ୍ରା କୁ ଗାଁ ପୁଝାରୀ ରତନ ପୁଝାରୀ,ଦୁର୍ଗା ପୁଝାରୀ,ଶିରା ତୁମ୍ଭେଶ୍ୱର ପୁଝାରୀ, ତନୁରାମ ମାଝୀ, ରୁପଧର କୋଲଥିଆ, ଗୌନ୍ତିଆ ଦିନକୃଷ୍ଣ ପାତ୍ର,ନରିଆ ଗୁଣଧର ଧ. ମାଝୀ,ରଇତ ଶୋଭା ମାଝୀ,ସରପଞ୍ଚ ଇଶରାମ କୋଲଥିଆ, ସମିତିସଭ୍ୟ ଘନଶ୍ୟାମ ନାଏକ, ଉମିରାମ ନାଏକ, ଗଙ୍ଗାଧର ପୁଝାରୀ,ଅମର ଦଳପତି,ଭାନୁ ନାଏକ,ଇଶ୍ୱର ମାଝୀ, କେଶବ ପୁଝାରୀ, ସମରଥ ପୁଝାରୀ,ଦେମତୀ ମାଝୀ, ବିମଳା ମାଝୀ, ପୂର୍ଣମୀ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ