Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଦଳ ଛାଡିଲେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ହେମାଙ୍ଗିନି ହଂସ।

କୋକସରା:୧୦/୦୪
ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା,ଜିଲ୍ଲାମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା କଳାହାଣ୍ଡି ତଥା କୋକସରା ବ୍ଲକ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ ବୁଧବାର ବିଜେପି ପ୍ରାଥମିକ ସଦସ୍ୟ ପଦବୀ ରୁ ଇସ୍ତଫା ଦେଇଛନ୍ତି।ଏନେଇ ସେ ଧର୍ମଗଡ ସହର ରୋୟଲ ପେଲେସ ହୋଟେଲ ର କନ୍ଫରେନ୍ସ ହଲ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଛନ୍ତି। ସେ ପଛୁଆ ବର୍ଗ ରୁ ଦିର୍ଘ ବର୍ଷ ଧରି ବିଜେପି ଦଳ ରେ ରହି ତୃଣମୂଳ ସ୍ତରରେ ଦଲୀୟ କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର କରିବା ସହ ଦଳ ର ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିଲେ ହେଲେ ଦଳ ପକ୍ଷରୁ ସବୁ ସମୟରେ ତାଙ୍କୁ ଅଣଦେଖା କରାଯାଇଛି ବୋଳି ଅଭିଯୋଗ କରିଛନ୍ତି ଓ ପଛୁଆ ବର୍ଗ ର ମହିଳା ଙ୍କୁ ଦଳ ପ୍ରାଧାନ୍ୟ ଦେଉ ନଥିବା କାରଣରୁ ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ପ୍ରେରଣ କରିଥିବା କହିବା ସହ ଯଦି ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଶୁଭ ଚିନ୍ତକ ଙ୍କ ସମର୍ଥକ ରହିଲେ ସେ ସ୍ୱାଧୀନ ପ୍ରାର୍ଥୀନି ଭାବେ ଚଳିତ ବିଧାନସଭା ନିର୍ବାଚନରେ ଛିଡା ହେବାକୁ ମଧ୍ୟ ନିଜର ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।ତେବେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ଯାଦବ ସମାଜ ର ଭୋଟ ରାଜନୀତି ରେ ପତିଆରା ରହିଥିବା ବେଳେ ଯାଦବ ସମାଜର ଜିଲ୍ଲା ନାରିନେତ୍ରୀ ରଶ୍ମିରେଖା ରାଉତ ଙ୍କୁ କଂଗ୍ରେସ ଦଳ ଧର୍ମଗଡ ରେ ଦଲୀୟ ଟିକେଟ ଦେଇଥିବା ବେଳେ ପୁଣି ସେହି ବର୍ଗ ର ମହିଳା ନେତ୍ରୀ ହେମାଙ୍ଗିନୀ ଙ୍କ ବିଜେପି ରୁ ଇସ୍ତଫା ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ଲଢ଼ିବାକୁ ଅଣ୍ଟା ଭିଡି ଥିବା ବେଳେ ଆଗାମୀ ସମୟରେ ରାଜନୀତି ସମିକରଣ କଣ ହେବ ସେ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ